ସମ୍ପର୍କୀୟ କହିଲେ ଦାଉଦଙ୍କୁ ବିଷ ଦିଆଯାଇନି

ନୂଆଦିଲ୍ଲୀ : ଭାରତର ମୋଷ୍ଟ ଓ୍ୱାଣ୍ଟେଡ ଡନ୍‌ ଦାଉଦ ଇବ୍ରାହିମଙ୍କୁ ବିଷ ଦିଆଯାଇଛି। ତାଙ୍କୁ ପାକିସ୍ତାନର କରାଚୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଥିଲା। ତେବେ ଏହି ଖବରକୁ ଦାଉଦଙ୍କ ଜଣେ ସମ୍ପର୍କୀୟ ଖଣ୍ଡନ କରିଛନ୍ତି। ତେବେ ଦାଉଦଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଖବର ପରଠାରୁ ପାକିସ୍ତାନରେ ଇନଣ୍ଟରନେଟ୍ ସେବା ବନ୍ଦ ରହିଛି। ଗୁଗଲ, ୟୁଟ୍ୟୁବ ଆଦି ସୋଶାଲ ମିଡିଆ ୱେବସାଇଟକୁ ନିଷେଧ କରାଯାଇଛି। ଏହାର କାରଣ କ’ଣ ଜଣାପଡିନି।

ଖବର ଅନୁଯାୟୀ ଜଣେ ସମ୍ପର୍କୀୟ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର୍‌ରେ କହିଛନ୍ତି ଦାଉଦଙ୍କୁ କେହି ବିଷ ଦେଇ ନାହାନ୍ତି। ତାଙ୍କର କେବଳ ବାନ୍ତି ହେଉଛି। ଘରେ ତାଙ୍କର ଚିକିତ୍ସା ଚାଲିଛି। ପାକିସ୍ତାନ ଗଣମାଧ୍ୟମର ସୂଚନା ଦାଉଦଙ୍କୁ ବିଷ ଦିଆଯାଇଥିବା ଖବର କେବଳ ଏକ ଗୁଜବ। ତାଙ୍କର ଫୁଡ୍ ପଏଜନିଂ ହୋଇଛି। ଦାଉଦ ଇବ୍ରାହିମଙ୍କ ସ୍ୱାସ୍ଥ୍ୟ ୩ ଦିନ ଧରି ଅସୁସ୍ଥ ଅଛି। ସେ ବାନ୍ତି କରୁଥିଲେ ଯେଉଁଥିପାଇଁ ବହୁତ ଦୁର୍ବଳ ହୋଇଯାଇଛନ୍ତି। ତାଙ୍କୁ ୧୦୨ ଡିଗ୍ରୀ ଜ୍ୱର ହେବାରୁ ତାଙ୍କ ପରିବାର ଡାକ୍ତରଙ୍କୁ ଡାକିଥିଲେ। ସେ ବିଛଣାରୁ ଉଠିନପାରିବାରୁ ଘରେ ଏକ ଡାକ୍ତରୀ ଟିମ୍‌ ଡକାଯାଇ ଚିକିତ୍ସା ଆରମ୍ଭ ହୋଇଥିଲା। ସୁରକ୍ଷା କାରଣରୁ ତାଙ୍କୁ ଡାକ୍ତରଖାନା ନେବା ଉପଯୁକ୍ତ ମନେ କରାଯାଇ ନ ଥିଲା। ସେ କରାଚୀରେ ତାଙ୍କ ବଙ୍ଗଳାର ପ୍ରଥମ ମହଲାର ଏକ କୋଠରୀକୁ ଚିକିତ୍ସିା ୱାର୍ଡ ରୁମ୍‌ରେ ପରିଣତ କରାଯାଇଛି। ୩ ଦିନର ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବାରୁ ବିଶ୍ରାମ ନେଉଛନ୍ତି। କିନ୍ତୁ ସେ ଖଟରୁ ଉଠିବାକୁ ସକ୍ଷମ ନଥିବାରୁ ଲୋକେ ତାଙ୍କୁ ଭେଟି ପାରୁ ନାହାନ୍ତି।

Leave a Reply

Your email address will not be published. Required fields are marked *

Back to top button