୨୧ରୁ ଯୁକ୍ତଦୁଇ ଓ ୨୫ରୁ ଅଷ୍ଟମ ଶ୍ରେଣୀ ପାଠପଢ଼ା

ଭୁବନେଶ୍ୱର : ଚାଳିତମାସ ୨୧ ତାରିଖରୁ ଯୁକ୍ତଦୁଇ ପ୍ରଥମ ବର୍ଷ କ୍ଲାସ ଆରମ୍ଭ ହେବ ହେବ। ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଅଷ୍ଟମ ଓ ଏକାଦଶ ଶ୍ରେଣୀର ପାଠପଢା ଅଫ୍‌ଲାଇନ୍ ମୋଡ୍‌ରେ କରାଯିବ।

ମନ୍ତ୍ରୀ ଶ୍ରୀ ଦାଶଙ୍କ ସୂଚନା ଅନୁଯାୟୀ ସବୁ ଜିଲ୍ଲାର ଡିଇଓଙ୍କ ସହ ଆସନ୍ତାକାଲି ଭର୍ଚୁଆଲ ମୋଡରେ କ୍ଲାସ ରୁମ୍‌ର ପରିଚାଳନା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ। ଏଥିସହ କିଭଳି ଗାଇଡଲାଇନ୍‌ ମାନି ପିଲାଙ୍କ ପାଠପଢ଼ା ହେବ ସେ ନେଇ ହେବ ଯୋଜନା। ଏହାଛହା ପ୍ରଥମରୁ ୭ମ ଶ୍ରେଣୀ ଯାଏଁ ପାଠପଢା ନେଇ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ। ପୂର୍ବରୁ ନିର୍ଦ୍ଧାରିତ ଏସ୍‌ଓପି ଅନୁଯାୟୀ ପାଠପଢ଼ା ହେବ ବୋଲି ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ ପୂର୍ବରୁ ନବମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଅଫ୍ଲାଇନ୍‌ରେ ପାଠ ପଢୁଛନ୍ତି। ଦଶହରା ଛୁଟି ପରେ ୨୫ରୁ ଅଷ୍ଟମ ଓ ୨୧ ତାରିଖରୁ ଏକାଦଶ ପିଲାଙ୍କ ପାଠପଢ଼ା ଅଫଲାଇନ୍ ମୋଡ୍‌ରେ ହେବ।

Leave a Reply

Your email address will not be published. Required fields are marked *

Back to top button