ଖାଇବା ତେଲ ଉପରୁ ସୀମା ଶୁଳ୍କ ହଟିଲା

ନୂଆଦିଲ୍ଲୀ : ବଜାରରେ ଖାଇବା ତେଲ ମୂଲ୍ୟ ହ୍ରାସ ଲାଗି ପାମ, ସୋୟା ଓ ସୂର୍ଯ୍ୟମୁଖୀ ତେଲ ଉପରୁ ସୀମା ଶୁଳ୍କ ହ୍ରାସ ହୋଇଥିବା କେନ୍ଦ୍ର ଅର୍ଥମନ୍ତ୍ରାଳୟ ସୂଚନା ଦେଇଛନ୍ତି।

ଶୁକ୍ରବାର ବିଳମ୍ବିତ ରାତ୍ରିରେ ଅର୍ଥମନ୍ତ୍ରାଳୟ ପକ୍ଷରୁ ଜାରି ଅଧିସୂଚନାରେ କୁହାଯାଇଛି ଅଶୋଧିତ ପାମ ତେଲର ଆମଦାନୀ ଶୁଳ୍କ ୧୦ ପ୍ରତିଶତ ହ୍ରାସ କରି ୨.୫ ପ୍ରତିଶତ କରାଯାଇଛି। ସେହିପରି ଅଶୋଧିତ ସୋୟା ଓ ସୂର୍ଯ୍ୟମୂଖୀ ତୈଳରେ ୭.୫ ପ୍ରତିଶତ ଶୁଳ୍କ ହ୍ରାସ କରାଯାଇ ୨.୫ ପ୍ରତିଶତ କରାଯାଇଥିବା ବେଳେ ଆଜି ସାରା ଦେଶରେ ଏହା ଲାଗୁ ହୋଇଛି।

ଆମଦାନୀ ଶୁଳ୍କ ହ୍ରାସ ଯୋଗୁ ଏସବୁ ତୈଳର ଖୁଚୁରା ମୂଲ୍ୟରେ ପ୍ରତି ଲିଟର ପାଖାପାଖି ୪ରୁ ୫ ଟଙ୍କା ହ୍ରାସ ହୋଇପାରେ ବୋଲି ସଲଭେଣ୍ଟ ଏକ୍ସପୋର୍ଟର୍ସ ଆସୋସିଏସନ ଅଫ ଇଣ୍ଡିଆ (ଏସଇଏଆଇ)ଙ୍କ କାର୍ଯ୍ୟକାରୀ ନିର୍ଦ୍ଦେଶକ ବି.ଭି ମେହେଟା କହିଛନ୍ତି। ସେ କହିଛନ୍ତି ଭାରତ ଶୁଳ୍କ ହ୍ରାସ କରିବା ପରେ ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ବୃଦ୍ଧି ହେବାର ଦେଖା ଯାଇଛି। ତେଣୁ ଶୁଳ୍କ ହ୍ରାସ ହେବା ଫଳରେ ଖାଉଟିଙ୍କୁ ଲିଟର ପିଛା ୨ରୁ ୩ଟଙ୍କା ଶସ୍ତାରେ ମିଳିପାରେ।

Leave a Reply

Your email address will not be published. Required fields are marked *

Back to top button