ନାଲି କଦଳୀ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ

କଦଳୀରେ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ଏଥିରେ ପ୍ରଚୁର ପରିମାଣରେ ରହିଛି ଆଣ୍ଟିଅକ୍ସିଡାଣ୍ଟ, ଫାଇବର ଓ ଆଇରନ୍। ଯାହା କିଡନୀ, ହୃତପିଣ୍ଡ ଓ ହଜମ ପ୍ରକ୍ରିୟାରେ ହୁଏ ବେଶ ସହାୟକ।

ସାଧରଣତଃ ବର୍ଷର ସବୁ ଋତୁରେ ମିଳିଥାଏ କଦଳୀ। କିଛି ଲୋକ ନିୟମିତ କଦଳୀ ଖାଇବାକୁ ପସନ୍ଦ କରନ୍ତି। ବଜାରରେ ମିଳେ ସବୁଜ ଓ ହଳଦିଆ ରଙ୍ଗର କଦଳୀ। କିନ୍ତୁ ହଳଦିଆ କଦଳୀ ଅପେକ୍ଷା ନାଲି ରଙ୍ଗର କଦଳୀରେ ଅଧିକ ପୋଷକ ତତ୍ତ୍ୱ ରହିଛି। ତେଣୁ ନାଲି କଦଳୀ ଖାଇବା ଦ୍ୱାରା ଅନେକ ଗୁରୁତର ରୋଗ ହୋଇନଥାଏ।

ଲାଲ କଦଳୀର ବିଶେଷତ୍ୱ ହେଲା ଚୋପା ଲାଲ ହୋଇଥିଲେ ମଧ୍ୟ ସ୍ୱାଦ ଅନ୍ୟ କଦଳୀ ସହ ସମାନ। ଦକ୍ଷିଣ-ପୂର୍ବ ଏସିଆରେ ଏହାର ବହୁଳ ଚାଷ କରାଯାଉଛି। ମଧୁମେହ ରୋଗୀମାନେ ନାଲି କଦଳୀ ଖାଇପାରିବେ। ଏହାକୁ ପ୍ରତିଦିନ ସୀମିତ ପରିମାଣରେ ଖାଇବା ଦ୍ୱାରା ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ। ସେହିପରି ଲାଲ୍ କଦଳୀରେ ଗ୍ଲାଇସେମିକ୍ ଇଣ୍ଡେକ୍ସ କମ୍ ଥିବାରୁ ଏହା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ।ଲାଲ୍ କଦଳୀରେ ପୋଟାସିୟମ୍ ପ୍ରଚୁର ପରିମାଣରେ ମିଳିଥାଏ। ଉଚ୍ଚ ରକ୍ତଚାପ ସମସ୍ୟା ଥିବା ରୋଗୀମାନେ ବିନା ଦ୍ୱିଧାରେ ଏହାକୁ ଖାଇପାରିବେ। ଦୃଷ୍ଟି ଶକ୍ତି କମ ଥିବା ବ୍ୟକ୍ତିମାନେ ଏହି କଦଳୀ ଖାଇବା ଉଚିତ୍। କାରଣ ଭିଟାମିନ୍ ଏ’ ଲାଲ୍ କଦଳୀରେ ପ୍ରଚୁର ପରିମାଣରେ ରହିଛି। ଏହାକୁ ଖାଇଲେ ମଧ୍ୟ ମଜବୁତ ହୋଇଥାଏ। ନାଲି କଦଳୀରେ ରହିଛି ଅଧିକ ପରିମାଣରେ କାର୍ବୋହାଇଡ୍ରେଟ୍। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଲାଲ କଦଳୀ କର୍କଟ ଭଳି ମାରାତ୍ମକ ରୋଗର ଆଶଙ୍କା ହ୍ରାସ କରିଥାଏ।

Leave a Reply

Your email address will not be published. Required fields are marked *

Back to top button