ଫାଇଭ-ଟି ସଚିବଙ୍କ ସଭାସ୍ଥଳକୁ ଯିବେ କହିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ଵର : ଗଞ୍ଜାମ ଜିଲ୍ଳା ରାଜନୀତି ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ଗସ୍ତକୁ ନେଇ ଚଳଚଂଚଳ ହୋଇଛି। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ସେ ସଭାସ୍ଥଳକୁ ଯିବେ। ଯିବା ବାଟରେ ଯଦି କିଛି ଅଘଟଣ ଘଟେ ତେବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ।

ଖବର ଅନୁଯାୟୀ ୫-ଟି ସଚିବ ତିନିଦିନିଆ ଗଞ୍ଜାମ ଗସ୍ତରେ ଯାଉଛନ୍ତି। ତାଙ୍କର ୨୦ଟି ଛୋଟ ବଡ କାର୍ଯ୍ୟକ୍ରମ ରହିଥିବା ବେଳେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଦେଇଛନ୍ତି ଖୋଲା ଚ୍ୟାଲେଞ୍ଜ। ସେ ଗଣମାଧ୍ୟମକୁ କହିଛନ୍ତି ସେ ସଚିବଙ୍କ ସଭାସ୍ଥଳକୁ ଯିବେ। ଯଦି ତାଙ୍କ ଯିବା ବାଟରେ କିଛି ଅଘଟଣ ଘଟେ ସେଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ବୋଲି ପ୍ରଦୀପ କହିଛନ୍ତି।

ସେହିପରି ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ କୁହାଯାଇଛି ୫-ଟି ସଚିବଙ୍କ ଗସ୍ତକୁ ଜୋରଦାର ବିରୋଧ କରାଯିବ। ସହରର ବିଭିନ୍ନ ସ୍ଥାନରେ ଫାଇଭ-ଟି ସଚିବଙ୍କ ଗସ୍ତକୁ ବିରୋଧ କରି କାନ୍ଥ ଓ ପାଚେରୀରେ ବିଭିନ୍ନ ଲେଖା ଲେଖାଯାଇଥିବା ଦେଖିବାକୁ ମିଳିଛି। ପ୍ରଶାସନ ପକ୍ଷରୁ ଏହି ଲେଖାକୁ ଲିଭା ଯାଉଥିବା ବେଳେ ବିଜେଡି ବିଧାୟକ ଭୁପିନ୍ଦର ସିଂ କହିଛନ୍ତି ସଚିବଙ୍କ କାର୍ଯ୍ୟକ୍ରମ ପାଇଁ ଲୋକଙ୍କ ସମର୍ଥନ ରହିଛି। ଏହି ବିରୋଧ ଓ ସମର୍ଥନ ଭିତରେ ପ୍ରଦୀପ ପ୍ରାଣିଗ୍ରାହୀଙ୍କ ଚ୍ୟାଲେଞ୍ଜ ଓ ବିଜେପିର ବିରୋଧ ୫-ଟି ସଚିବଙ୍କ ଗସ୍ତକୁ ପ୍ରଭାବିତ କରୁଛି କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *

Back to top button