ହାଇୱାକୁ ପଛରୁ ପିଟିଲା କାର୍‌, ୫ ମୃତ

ବଲାଙ୍ଗିର : ଛୁଇଁବନ୍ଧ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ହାଇୱାକୁ କାର ଧକ୍କା ଦେବାରୁ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ଘଟିଛି।

ଖବର ଅନୁଯାୟୀ ବଲାଙ୍ଗୀର ରାମଜୀପଡ଼ାର ଅମନ ନାଏକ ପରିବାର ଓ ସଂପର୍କୀୟ ଆଗଲପୁର ଡୁଡୁକାରେ ଆୟୋଜିତ ବିବାହ ଭୋଜିରେ ଯୋଗଦେଇଥିଲେ। ସେଠାରୁ ଫେରିବା ବେଳେ ଏନ୍‌ଏଚ୍-୨୬ର ଛୁଇଁବନ୍ଧ ଛକ ନିକଟରେ ଦ୍ରୁତ ଗତିରେ ଆସୁଥିବା କାର୍‌ଟି ଅନ୍ଧାରରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ହାଇୱାକୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଛି।
ମୃତକମାନେ ହେଲେ ଗାଡ଼ି ଚାଳକ ଅମନ, ଭଉଣୀ ଇପ୍‌ସିତା ସାଏ, ତାଙ୍କ ଝିଅ ରିୟା ସାଏ, ମାମୁ ଦୀପ୍ତିରଂଜନ ସାଏ ଓ (ତାଙ୍କ ଝିଅ ଆନ୍‌ଭି। ଗୁରୁତର ଅବସ୍ଥାରେ ଅମନଙ୍କ ମା’ ଆରତୀ ନାଏକ ଓ ଦୀପ୍ତିରଂଜନଙ୍କ ପତ୍ନୀ ରଶ୍ମିତା ସାଏଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ପଠାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button