୬ ଜଣ ଚୋରା ବନ୍ଧୁକ ଚାଲାଣକାରୀ ଗିରଫ

ସମ୍ବଲପୁର : ଚୋରା ବନ୍ଧୁକ ଚାଲାଣ କରୁଥିବା ଅଭିଯୋଗରେ ୬ ଜଣଙ୍କୁ ଗିରଫ ସମ୍ବଲପୁରର ପୋଲିସ। ଏଥିସହ ୮ଟି ବନ୍ଧୁକ, ୨୨ଟି ଗୁଳି ସମେତ ଗାଡି ଓ ଟଙ୍କା ଜବତ ହୋଇଛି।

ଖବର ଅନୁଯାୟୀ ସମ୍ବଲପୁରର ୪ଟି ଥାନା ପକ୍ଷରୁ ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏହି ଚଢଉ ବେଳେ ଚୋରା ବନ୍ଧୁକ ରଖିବା ତଥା ଚାଲାଣ କରୁଥିବା ୬ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୮ଟି ବନ୍ଧୁକ, ୨୨ଟି ଗୁଳି, ୬ଟି ମୋବାଇଲ ଫୋନ୍‌, ୩ଟି ଗାଡ଼ି ଓ ୧୧ ଲକ୍ଷ ୨୦ ହଜାର ୮୫୦ ଟଙ୍କା ଜବତ ହୋଇଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ମହମ୍ମଦ ସମଶେର ଓରଫ ପାଗଳା, ମହମ୍ମଦ ମୌସିମ, ମୁନୁ ପାଣ୍ଡେ, ମୋହିତ ପାଶ୍ୱାନ, ସନ୍ତୋଷ ମହାରଣା ଓ ମହମ୍ମଦ ଅହମ୍ମଦ ରହିଛନ୍ତି।

ମହମ୍ମଦ ସମଶେର ଓ ମହମ୍ମଦ ମୌସିମଙ୍କୁ ଧନୁପାଲି ପୋଲିସ ଗିରଫ କରିଛି। ତା’ଠାରୁ ଦୁଇଟି ଦେଶୀ ବନ୍ଧୁକ ଓ ୪ଟି ଗୁଳି ଜବତ କରାଯାଇଛି। ସୁନାପାଲିର ମହମ୍ମଦ ମୌସିମ ପାଖରୁ ଗୋଟିଏ ଦେଶୀ ବନ୍ଧୁକ ଓ ୪ଟି ଗୁଳି ଜବତ ହୋଇଛି। ସେହିପରି ମୁନୁ ପାଣ୍ଡେ ଓ ମୋହିତ ପାଶ୍ୱାନଙ୍କୁ ଗିରଫ କରିଛି ଠେଲକୋଲୋଇ ପୋଲିସ। ଉତ୍ତର ପ୍ରଦେଶର ମୁନୁ ପାଣ୍ଡେ ଏବେ ଝାରସୁଗୁଡ଼ା ସଦର ଥାନା ଅଞ୍ଚଳରେ ରହୁଥିଲା। ତା’ଠାରୁ ଗୋଟିଏ ଦେଶୀ ରିଭଲଭର ଓ ଗୋଟିଏ ଗୁଳି ଜବତ କରାଯାଇଛି। ବିହାରର ମୋହିତ ଶର୍ମା ଠାରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରାଯାଇଛି। ସେ ଝାରସୁଗୁଡ଼ାରେ ରହୁଥିଲା। ସନ୍ତୋଷ ମହାରଣାକୁ ଅଇଁଠାପାଲି ପୋଲିସ ଗିରଫ କରିବ ସହିତ ୨ଟି ବନ୍ଧୁକ, ୭ଟି ଗୁଳି ଓ ବୁଲେଟ ହୋଇଛି।

ଏମାନଙ୍କ ବ୍ୟତୀତ ବରଗଡ଼ ଅତାବିରା ଗୋଡ଼ଭଗାରର ମହମ୍ମଦ ଅହମ୍ମଦକୁ ବୁର୍ଲା ଥାନା ପୋଲିସ ଗିରଫ କରିଛି। ତା’ ନିକଟରୁ ଜବତ ହୋଇଛି ୬ଟି ଗୁଳି, ୧୧ ଲକ୍ଷ ୨୦ ହଜାର ୮୫୦ ଟଙ୍କା ଓ ଗୋଟିଏ ପିକ୍‌ ଅପ୍ ଭ୍ୟାନ। ସମ୍ବଲପୁର ଏସ୍‌ପି ମୁକେଶ କୁମାର ଭାମୁ କହିଛନ୍ତି ଏହି ଅଭିଯୁକ୍ତମାନଙ୍କଠାରୁ ଜବତ ହୋଇଥିବା ବନ୍ଧୁକ ଗୁଡ଼ିକ ଅପରାଧ ସଂଘଟିତ କରିବା ବା ବିକ୍ରି ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ଥିଲା।ଥାନାରେ ୬ଟି ମାମଲା ରୁଜୁ କରାଯାଇଛି। ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *

Back to top button