୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ

ବାରିପଦା : ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ଅବସରରେ ବିଦ୍ୟୁତକାଟ ଘଟଣାର ପ୍ରତିବାଦରେ ଜିଲ୍ଲା ବିଜେପି ଓ ନାଗରିକ ମଞ୍ଚ ପକ୍ଷରୁ ଆଜି ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା ଦିଆଯାଇଛି। ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ସୋମବାର ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି। ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହିତ ହୋ ହାଲ୍ଲା ଦେଖିବାକୁ ମିଳିଛି। ବନ୍ଦ ଯୋଗୁଁ ରାସ୍ତାରେ ଶହଶହ ଯାନ ବାହାନ ଅଟକି ରହିଥିବା ଜଣାପଡିଛି।

ଭାରତର ପ୍ରଥମ ନାଗରିକ ନିଜ ଜନ୍ମମାଟିରେ ଅପମାନିତ ହୋଇଥିବାରୁ ଏହାକୁ ଜିଲ୍ଲାବାସୀ ଗମ୍ଭୀରତାର ସହ ନେଇ ବନ୍ଦପାଳନକୁ ସଫଳ କରିବା ନିମନ୍ତେ ବିଜେପି ଅନୁରୋଧ କରିଛି। କେବଳ ଜରୁରୀ ସେବାକୁ ଛାଡ଼ି ଆଉ ସବୁ ବନ୍ଦ ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button