କର୍ଣ୍ଣାଟକ ପାଇଁ ବିଜେପିର ନିର୍ବାଚନୀ ଇସ୍ତାହାର

ବେଙ୍ଗାଲୁର : ଆସନ୍ତା ୧୦ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ। ଭୋଟରଙ୍କୁ ହାତେଇବା ପାଇଁ ଦୁଇ ପ୍ରମୁଖ ପ୍ରତିଦ୍ଵନ୍ଦ୍ଵୀ ବିଜେପି-କଂଗ୍ରେସ ମଧ୍ୟରେ ଚାଲିଛି ପ୍ରତିଯୋଗିତା। ଏହି ଛକାପଞ୍ଝା ଭିତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦଳର ନିର୍ବାଚନୀ ଇସ୍ତାହାର ପ୍ରଜାଧ୍ୱନୀ ଘୋଷଣା କରିଛନ୍ତି। ଏଥିରେ ଗରିବ ଓ ଚାଷୀଙ୍କ ଉପରେ ଗୁରୁତ୍ଵ ଦିଆଯାଇଛି।

ସୋମବାର ବିଜେପି ନିର୍ବାଚନୀ ଇସ୍ତାହାରରେ ଘୋଷଣା କରାଯାଇଛି ଦଳ କ୍ଷମତାକୁ ଆସିଲେ ରାଜ୍ୟରେ ୟୁନିଫର୍ମ ସିଭିଲ କୋର୍ଡ ଲାଗୁ ହେବ। ବିପିଏଲ ପରିବାରକୁ ମିଳିବ ବର୍ଷକୁ ୩ଟି ମାଗଣା ଗ୍ୟାସ ସିଲିଣ୍ଡର। ପ୍ରତ୍ୟେକ ୱାର୍ଡରେ ଖୋଲାଯିବ ଅଟଳ ଆହାର କେନ୍ଦ୍ର। ବିପିଏଲ ପରିବାରକୁ ପ୍ରତିଦିନ ଅଧା ଲିଟର ମାଗଣା କ୍ଷୀର ମିଳିବ। ଚାଷୀ ପାଇବେ ୫ଲକ୍ଷ ପର୍ଯ୍ୟନ୍ତ ବିନା ସୁଧାରେ ଋଣ। ବିହନ ପାଇଁ ଚାଷୀ ପାଇବେ ବର୍ଷକୁ ଦଶ ହଜାର ଟଙ୍କା। ଗରିବ ପରିବାରଙ୍କୁ ପ୍ରତିମାସରେ ମିଳିବ ମାଗଣା ୫ କିଲୋ ଚାଉଳ ଓ ଗହମ। ଓନରସିପ୍ ଆକ୍ଟରେ ହେବ ସଂଶୋଧନ। ଲାଗୁ ହେବ ସାମାଜିକ ନ୍ୟାୟ ନିଧୀ ସ୍କିମ। ଅନୁସୂଚିତ ଜାତିର ମହିଳାଙ୍କୁ ଲକ୍ଷେ ଟଙ୍କା ଏଫଡି ସୁବିଧା ଓ ୧୦ଲକ୍ଷ ବାସହୀନଙ୍କୁ ମିଳିବ ଘର। ବରିଷ୍ଠ ନାଗରିଙ୍କର ବାର୍ଷିକ ସ୍ୱାସ୍ଥ୍ୟ ପରୀକ୍ଷା ମାଗଣାରେ ଏବଂ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୧୫ହଜାର କୋଟିର ବଜେଟ।

Leave a Reply

Your email address will not be published. Required fields are marked *

Back to top button