ଆଇପିଏସ ସ୍ତରରେ ଅଦଳ ବଦଳ

ଭୁବନେଶ୍ଵର : ରାଜ୍ୟ ସରକାର ଆଜି ବରିଷ୍ଠ ଆଇପିଏସ ସ୍ତରରେ ଏକ ଛୋଟ ଅଦଳ ବଦଳ କରିଛନ୍ତି। ଗୃହ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ଖବର ଅନୁଯାୟୀ ଗୃହ ବିଭାଗରେ ଓଏସ୍‌ଡି ଥିବା ଅଫିସର ଅରୁଣ ରାୟଙ୍କର ପ୍ରିଣ୍ଟିଂ, ଷ୍ଟେସନାରୀ ଓ ପବ୍ଲିକେସନ୍ ନିର୍ଦ୍ଦେଶକ ଭାବେ ବଦଳି ହୋଇଛି। ସେହିପରି ସ୍ୱତନ୍ତ୍ର ଡିଜିପି, ଏଚ୍‌ଆର୍‌ପିସି (ମାନବାଧିକାର ସୁରକ୍ଷା ସେଲ୍‌) ଅମୃତ ମୋହନ ପ୍ରସାଦଙ୍କୁ ମିଇଛି ଜେଲ୍ ଡିଜି ଦାୟିତ୍ଵ। ମନୋଜ କୁମାର ଛାବ୍ରା ଆଜି ଅବସର ନେବା ପରେ ଅମୃତ ମୋହନ ପ୍ରସାଦଙ୍କୁ ଜେଲ୍ ଡିଜି ଭାବେ ବଦଳି କରାଯାଇଛି। ଏଥିସହ ଅମୃତ ମୋହନ ପ୍ରସାଦଙ୍କୁ କରେନ୍ସନାଲ ସର୍ଭିସେସ୍ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇବେ।

ସେହିପରି ପ୍ରିଣ୍ଟିଂ, ଷ୍ଟେସନାରୀ ଓ ପବ୍ଲିକେସନ୍ ନିର୍ଦ୍ଦେଶକ ଲଳିତ ଦାସଙ୍କୁ ଅତିରିକ୍ତ ଡିଜିପି, ଏଚ୍‌ଆର୍‌ପିସି (ମାନବାଧିକାର ସୁରକ୍ଷା ସେଲ୍‌) ଭାବେ ବଦଳି ହୋଇଛି। ଭୁବନେଶ୍ୱର-କଟକ କମିସନରେଟ୍ ପୋଲିସ୍‌ରେ ଅତିରିକ୍ତ ପୋଲିସ୍ କମିଶନର ଉମାଶଙ୍କର ଦାଶ ହୋଇଛନ୍ତି ରାଜ୍ୟ ଗୁଇନ୍ଦା ଶାଖା (ଏସ୍‌ଆଇଡବ୍ଲ୍ୟୁ)ର ଡିଆଇଜି। ପୋଲିସ ମୁଖ୍ୟାଳୟ ଡିଆଇଜି ବ୍ରିଜେଶ କୁମାର ରାୟଙ୍କୁ ଭୁବନେଶ୍ୱର-କଟକ କମିସନରେଟ୍ ପୋଲିସ୍‌ରେ ଅତିରିକ୍ତ ପୋଲିସ୍ କମିଶନର ଭାବେ ଅବସ୍ଥାପିତ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button