ଏନସିପି ସଭାପତି ପଦରୁ ଶରଦ ପାୱାରଙ୍କ ଇସ୍ତଫା

ନୂଆଦିଲ୍ଲୀ : ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି)ର ସଭାପତି ପଦରୁ ଶରଦ ପାୱାର ଇସ୍ତଫା ଦେଇଛନ୍ତି। ତାଙ୍କର ଏହି ଅପ୍ରତ୍ୟାଶିତ ନିଷ୍ପତ୍ତିକୁ ସମର୍ଥକ ଓ ବରିଷ୍ଠ ନେତାମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି। ନିଷ୍ପତ୍ତି ବଦଳାଇବାକୁ ସେମାନେ ହାତଯୋଡ଼ି ଅନୁରୋଧ କରିଥିଲେ ହେଁ ଶରଦ ପାୱାର ଗ୍ରହଣ କରିନାହାନ୍ତି।

ଖବର ଅନୁଯାୟୀ ବିଧାୟକ ଅଜିତ ପାୱାରଙ୍କ ନେତୃତ୍ୱରେ ମହାରାଷ୍ଟ୍ରରେ କ୍ଷମତାସୀନ ବିଜେପି ଓ ଏକନାଥ ସିନ୍ଦେଙ୍କ ଶିବସେନା ସରକାର ଆଡ଼କୁ ଏନସିପିର କିଛି ଢଳୁଥିବା ଚର୍ଚ୍ଚା ହେଉଥିଲା। ଏହାକୁ ଦଳର ମୁଖିଆ ଶରଦ ପାୱାର ଖଣ୍ଡନ କରିଥିଲେ। ଏବେ ସେ ସଭାପତି ପଦରୁ ଇସ୍ତଫା ଦେବା ଫଳରେ ନୂଆ ରାଜନୀତିକ ସମୀକରଣ ସୃଷ୍ଟି ହୋଇଛି। ସମ୍ଭବତଃ ଏନସିପି ବିଜେପି ସହ ହାତ ମିଳାଇ ପାରେ। ତେଣୁ ନିଜ ମୁଣ୍ଡରୁ ଦାୟିତ୍ୱ ହଟାଇବା ଉଦ୍ଦେଶ୍ୟରେ ଶରଦ ପାୱାର ଏପରି କରିଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *

Back to top button