ଢେଙ୍କାନାଳ : ୨ ସୁପାରି କିଲର ଗିରଫ

ଢେଙ୍କାନାଳ : କାମାକ୍ଷାନଗର ଅଞ୍ଚଳର ବ୍ୟବସାୟୀ ନିରାକାର ସାହୁ ହତ୍ୟା ଘଟଣାରେ ସୁପାରି କିଲର ଗିରଫ। ଅଭିଯୁକ୍ତ ଦ୍ୱୟ ହେଲେ ରାକେଶ ନାଥ ଓ ଦେବ ବର୍ଜା।
ଖବର ଅନୁଯାୟୀ ନିରାକାର ସାହୁଙ୍କୁ ହତ୍ୟା କରିବା ପାଇଁ ଦିବ୍ୟଦର୍ଶନ ମହନ୍ତ ୬ ଲକ୍ଷ ଟଙ୍କା ଡିଲ୍ କରିଥିବା ଜଣାପଡ଼ିଛି। ଅଭିଯୁକ୍ତ ରାକେଶଙ୍କ ଘର କାମାକ୍ଷାନଗର ପୁରୁଣା ଆଳତୁମା ଗାଁ’ରେ। ଦେବ ବର୍ଜାଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଜାମଡ଼ା ଡୁମଡ଼ିହିରେ। ଏହି ଘଟଣାରେ ପୂର୍ବରୁ ଦିବ୍ୟଦର୍ଶନଙ୍କୁ ଗିରଫ କରାଯାଇଥିଲା। ଏହି ହତ୍ୟାକାଣ୍ଡ ପ୍ରତିଶୋଧ ପାଇଁ ଘଟିଥିଲା। ଦିବ୍ୟଦର୍ଶନଙ୍କ ବାପା ପୂର୍ବତନ ସମିତି ସଭ୍ୟ ଦୀପକ କୁମାର ମହନ୍ତଙ୍କୁ ୨୦୨୧ ମସିହାରେ ନିରାକାର ଓ ତାଙ୍କର କିଛି ସହଯୋଗୀ ହତ୍ୟା କରିଥିଲେ।