ସାମରିକ କେନ୍ଦ୍ରରେ ଗୁଳିକାଣ୍ଡ, ୪ ମୃତ

ନୂଆଦିଲ୍ଲୀ: ପଞ୍ଜାବର ଭଟିଣ୍ଡାସ୍ଥିତ ସାମରିକ କେନ୍ଦ୍ରରେ ଆଜି ପ୍ରତ୍ୟୁଷରେ ଗୁଳିକାଣ୍ଡ ଘଟିଥିବା ଯୋଗୁ ୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

ଖବର ଅନୁଯାୟୀ ବୁଧବାର ଭୋର ସକାଳ ୪.୩୫ ମିନିଟ ସମୟରେ ଭଟିଣ୍ଡାସ୍ଥିତ ସାମରିକ କେନ୍ଦ୍ରରେ ଏହି ଅଭାବନୀୟ ଘଟଣା ଘଟିଛି। ଘଟଣାପରେ କେନ୍ଦ୍ରର କୁଇକ୍‌ ରିଆକ୍‌ସନ୍‌ ଟିମ ସକ୍ରିୟ ହୋଇ ସେ ଅଞ୍ଚଳକୁ କର୍ଡନ୍‌ କରି ସିଲ୍‌ କରିଛି। ତେବେ ସାମରିକ କେନ୍ଦ୍ରର ଅଫିସର୍ସ ମେସ୍‌ ଭିତରେ ଗୁଳିକାଣ୍ଡ ଘଟିଥିବା ବେଳେ ନିହତ ବ୍ୟକ୍ତିମାନଙ୍କ ପରିଚୟ ଜାଣିବାକୁ ଉଦ୍ୟମ ଚାଲିଛି। ଗୁଳି ଚଳାଇଥିବା ବ୍ୟକ୍ତିଜଣକ ବେସାମରିକ ପୋଷାକ ପିନ୍ଧିଥିଲେ ବୋଲି କୁହାଯାଉଛି। କିନ୍ତୁ ଏହା ଆତଙ୍କବାଦୀ ଆକ୍ରମଣ ନୁହେଁ ବୋଲି ପଞ୍ଜାବ ଏସ୍‌ଏସ୍‌ପି କହିଛନ୍ତି।

ଅନ୍ୟ ଏକ ସୂଚନା ହେଲା ଗୁଳିକାଣ୍ଡ ଘଟିଥିବା ଅଞ୍ଚଳରେ କେତେକ ପରିବାର ବାସ କରନ୍ତି। ଦୁଇ ଦିନ ତଳେ ସେ ୟୁନିଟ୍‌ର ଗାର୍ଡ ରୁମ୍‌ରୁ ଗୋଟାଏ ଇନ୍‌ସାସ୍‌ ଆସଲ୍‌ଟ୍‌ ରାଇଫଲ୍‌ ଗାଏବ ହୋଇଯାଇଥିଲା।ଏବେ ତଲାସ ଅଭିଯାନ ଚାଲୁରହିଛି।

Leave a Reply

Your email address will not be published. Required fields are marked *

Back to top button