ତିର୍ତ୍ତୋଲ ବିଧାୟକଙ୍କ ଅଡୁଆ ବଢ଼ିଲା : ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲେ ପ୍ରେମିକା ସୋମାଲିକା

କଟକ : ଅଡ଼ୁଆରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ। ସହପାଠୀ ପ୍ରତ୍ୟୁଷା ନନ୍ଦଙ୍କୁ ବିବାହ କରିବାକୁ ସେ ସବରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିବା ବେଳେ ପୂର୍ବତନ ପ୍ରେମିକା ସୋମାଲିକା ଦାଶ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି।

ଖବର ଅନୁଯାୟୀ ସୋମାଲିକାଙ୍କ ଆବେଦନକୁ ହାଇକୋର୍ଟ ଆଜି ଗ୍ରହଣ କରିଛନ୍ତି। ଫଳରେ ବିଜୟଶଙ୍କରଙ୍କ ବିବାହକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ସୋମାଲିକା ଓକିଲ ବ୍ରହ୍ମାନନ୍ଦ ତ୍ରିପାଠୀଙ୍କ ମାଧ୍ୟମରେ ଆବେଦନ କରିଛନ୍ତି। ଏହି ମାମଲାରେ କଟକ ଜିଲ୍ଲା ସବରେଜିଷ୍ଟ୍ରାର ତଥା ମ୍ୟାରେଜ୍ ଅଫିସରଙ୍କୁ ପକ୍ଷଭୁକ୍ତ କରାଯାଇଛି। ସୋମାଲିକା ଚଳିତମାସ ପ୍ରଥମ ସପ୍ତାହରେ ମ୍ୟାରେଜ୍ ଅଫିସରଙ୍କୁ ଭେଟି ବିଜୟଶଙ୍କରଙ୍କ ବିବାହ ଆବେଦନକୁ ବିରୋଧ କରି ଲିଖିତ ଅଭିଯୋଗ କରିଥିଲେ। ଏଥିସହ ବିଜୟଶଙ୍କରଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ କରିଥିଲେ। ପୂର୍ବରୁ ଚଳିତବର୍ଷ ଜାନୁୟାରୀ ମାସରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜଗତସିଂହପୁର ପୋଲିସ ସୋମାଲିକାଙ୍କ ଅଭିଯୋଗକୁ ଗ୍ରହଣ କରି ମାମଲା ରୁଜୁ କରିଥିଲା।

Leave a Reply

Your email address will not be published. Required fields are marked *

Back to top button