ଆୟକର ବିଭାଗ ରେଡ୍ : ବେନାମୀ ସଂପତ୍ତିର ହେବ ଖୋଳତାଡ଼

ଭୁବନେଶ୍ଵର : ମଦ ବ୍ୟବସାୟୀଙ୍କ ଠିକଣାରେ ଆୟକର ଚଢଉ। କୋଟି କୋଟି ଟଙ୍କା ଜବତ ହୋଇଛି। ଟଙ୍କା ଗଣିଗଣି ନାକେଦମ ହୋଇପଡ଼ିଲେଣି ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀ। ବଲାଙ୍ଗୀର, ଟିଟିଲାଗଡ଼, ସମ୍ବଲପୁର ଓ ସୁନ୍ଦରଗଡ଼ ଷ୍ଟେଟ ବ୍ୟାଙ୍କରେ ଗଣତି ଶେଷ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ଆୟକର ଚଢଉରେ ଝାରଖଣ୍ଡ ରାଜ୍ୟସଭା ଏମପି ଧୀରଜ ସାହୁ ଓ ତାଙ୍କ ସହଯୋଗୀଙ୍କ ବିଭିନ୍ନ ଠିକଣାରୁ ପ୍ରାୟ ୪୦୫ କୋଟିରୁ ଅଧିକ ଟଙ୍କା ଜବତ ହୋଇଛି। ଏହାଛଡା ବିଭିନ୍ନ ସ୍ଥାନରେ ଚଢ଼ଉ ସମୟରେ ବହୁ ସ୍ଥାବର ଅସ୍ଥାବର ସମ୍ପତ୍ତି ସମ୍ପର୍କରେ ଆୟକର ବିଭାଗକୁ ସୂଚନା ମିଳିଛି। କେବେଳ ସେତିକି ନୁହେଁ ମଦ ମାଲିକମାନଙ୍କ ଅଫିସରୁ ଜବତ ହୋଇଛି ବେନାମୀ ଜମିପଟ୍ଟା। ତେଣୁ କୁହାଯାଉଛି ମଦ ମାଲିକମାନେ ଟଙ୍କା ଲୁଚାଇବା ପାଇଁ ନିଜର ବିହାରୀ କର୍ମଚାରୀମାନଙ୍କ ନାଁରେ କୋଟି କୋଟି ଟଙ୍କାର ଜମି କିଣିଛନ୍ତି। ଆୟକର ବିଭାଗ ଏହାର ଖୋଳତାଡ କରିବ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button