ପ୍ରେମିକାର ତଣ୍ଟିଚିପି ହତ୍ୟା କଲା ‌ପ୍ରେମିକ

ଫରିଦାବାଦ : ହରିୟାଣା ଫରିଦାବାଦର ହୋଟେଲ୍‌ ଲାଇମ୍‌ଷ୍ଟୋନ୍‌ରେ ଜଣେ ବ୍ୟକ୍ତି ତାଙ୍କ ପ୍ରେମିକାର ତଣ୍ଟିଚିପି ହତ୍ୟା କରିଛନ୍ତି। ମଙ୍ଗଳବାର ଘଟିଥିବା ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି।

ଖବର ଅନୁଯାୟୀ ସେକ୍ଟର୍‌ ୩୧ ଥାନା ଅଧିକାରୀ ବୀରେନ୍ଦ୍ର ସିଂହ କହିଛନ୍ତି ଏନ୍‌ଏଚ୍‌ପିସି ଚୌକ୍‌ ଅଞ୍ଚଳର ଗୋଟାଏ ‘ଓୟୋ’ ରୁମ୍‌ରେ ଜଣେ ଯୁବତୀଙ୍କ ରହସ୍ୟମୟ ମୃତ୍ୟୁ ହୋଇଥିବା ତାଙ୍କୁ ସୂଚନା ମିଳିଥିଲା। ପୋଲିସ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ହୋଟେଲ୍‌ ରୁମ୍‌ରେ ଯୁବତୀଙ୍କ ଶବ ପାଖରେ ବେକରେ କ୍ଷତ ହୋଇଥିବା ଜଣେ ୨୪ ବର୍ଷିୟ ବ୍ୟକ୍ତି ଥିଲେ।

ଆହତ ବ୍ୟକ୍ତିଙ୍କୁ ହାଜତକୁ ନେବାପରେ ତାଙ୍କୁ ପୋଲିସ ଡାକ୍ତରଖାନା ନେଇ ଚିକିତ୍ସା କରାଇଥିଲା।
ଥାନାରେ ପଚରା ଉଚରା ବେଳେ ଅଭିଯୁକ୍ତ ଯୁବକ ଆକାଶ କହିଛନ୍ତି ଯୁବତୀଜଣକ ଫୋନ୍‌ରେ ଆଉ ଜଣେ ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା କରିବାରୁ ତାଙ୍କର ସନ୍ଦେହ ହୋଇଥିଲା। ସେଥିପାଇଁ ସେ ହୋଟେଲ୍‌ ମାଇଲ୍‌ଷ୍ଟୋନ୍‌କୁ ଯୁବତୀଙ୍କୁ ଡକାଇଥିଲେ। ଫୋନ୍‌ କଥାକୁ ନେଇ ସେଠାରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଉଗ୍ରରୂପ ନେବାରୁ ଖଣ୍ଡେ ରଶିରେ ଯୁବତୀଙ୍କ ତଣ୍ଟିଚିପି ମାରିଦେଇଥିବା ଆକାଶ ସ୍ଵୀକାର କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button