ଅଣ ସୁପକାର ବିକି ପାରିବେନି ମହାପ୍ରସାଦ ଓ ଶୁଖିଲା ଭୋଗ

ପୁରୀ : ଏଣିକି ଅଣ ସୁପକାରମାନେ ମହାପ୍ରସାଦ ଓ ଶୁଖିଲି ଭୋଗ ବିକି ପାରିବେନି। ଆନନ୍ଦ ବଜାରକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ଖବର ଅନୁଯାୟୀ ଶ୍ରୀମନ୍ଦିର ଆନନ୍ଦ ବଜାରରେ ବିଶୃଙ୍ଖଳା ଘଟଣା ସାମ୍ନାକୁ ଆସିଥିଲା। ସେଥିପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ନିୟମ ଉଲଂଘନ କଲେ ଥାନାରେ ଏତଲା ଦିଆଯିବା ସହିତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିରେ ଯଦି ସୁପକାର ସେବାୟତ ସାମିଲ ହୁଅନ୍ତି ସୁଆର ମହାସୁଆର ନିଯୋଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏ ସମ୍ପର୍କରେ ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ମୂଖ୍ୟ ପ୍ରଶାସକ, ଏସ୍‌ପି, ଜିଲ୍ଲାପାଳ ଓ ଶ୍ରୀ ମନ୍ଦିର ସୁରକ୍ଷା ପ୍ରଶାସକ ସହ ଶ୍ରୀ ମନ୍ଦିର କମାଣ୍ଡରକୁ ଚିଠି ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button