ଉରି : ଭାରତକୁ ପ୍ରବେଶ ଉଦ୍ୟମ କରୁଥିବା ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରର ଉରି ସେକ୍ଟରରେ ପାକ୍‌ ଅଧିକୃତ କଶ୍ମୀରରୁ ଏଲ୍‌ଓସି ଅତିକ୍ରମ କରିବାକୁ ଉଦ୍ୟମ କରୁଥିବା ୩ ଜଣ ଆତଙ୍କବାଦୀ ନିହତ। ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଭାରତୀୟ ସେନାର ଚିନାର କର୍ପସ୍‌ ଏକ୍ସରେ କରିଥିବା ପୋଷ୍ଟରୁ ଜଣାପଡିଛି।

ଖବର ଅନୁଯାୟୀ ଶନିବାର ସକାଳେ ଭାରତୀୟ ସେନା, ଜମ୍ମୁ-କଶ୍ମୀର ପୋଲିସ ଓ ଗୁଇନ୍ଦା ଏଜେନ୍‌ସିର ମିଳିତ ଅପରେସନ କରଯାଇଥିଲା। ବାରାମୁଲାର ଉରି ସେକ୍ଟର ନିୟନ୍ତ୍ରଣ ରେଖା ନିକଟରେ ଅନୁପ୍ରବେଶ ଉଦ୍ୟମ କରିଥିବା ୩ ଜଣ ଆତଙ୍କବାଦୀ ଭାରତୀୟ ସେନା ଗୁଳିରେ ନିହତ ହୋଇଛନ୍ତି। ଦୁଇଜଣ ଆତଙ୍କବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟ ମୃତଦେହ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅନ୍ୟପକ୍ଷରେ ଅନନ୍ତନାଗ ଜିଲ୍ଲାରେ ଚାଲିଥିବା ଭାରତୀୟ ସେନାର ଆଉ ଏକ ଏନକାଉଣ୍ଟର ଚତୁର୍ଥ ଦିନରେ ପ୍ରବେଶ କରିଛି। ସେଠାରେ ପାହାଡ ଉପରେ ଥିବା ଏକ ଗୁମ୍ଫାରେ ଆତଙ୍କବାଦୀମାନେ ଲୁଚି ରହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button