ଶୁକ୍ରବାର ନବୀନଙ୍କୁ ଭେଟିବେ ନୀତୀଶ କୁମାର

ଭୁବନେଶ୍ଵର : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆସନ୍ତା ୫ ତାରିଖରେ ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ବିଭିନ୍ନ ରାଜନୈତିକ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଜଣାପଡିଛି। କିନ୍ତୁ ସରକାରୀ ସୂତ୍ରରୁ କୌଣସି ସୂଚନା ମିଳିନାହିଁ।

ଖବର ଅନୁଯାୟୀ ତୃତୀୟ ସାମ୍ମୁଖ୍ୟ ଗଠନ ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଭିନ୍ନ ଆଞ୍ଚଳିକ ଦଳର ନେତୃବୃନ୍ଦଙ୍କୁ ଭେଟୁଛନ୍ତି। ପୂର୍ବରୁ ନୀତିଶ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କୁ ଭେଟି ସାରିଛନ୍ତି। ଉଭୟଙ୍କ ଏହି ସାକ୍ଷାତ-ଆଲୋଚନା କାଳରେ ବିଜେପି ବିରୋଧୀ ମେଣ୍ଟ ଗଠନ ଏଇ ଚର୍ଚ୍ଚା ହୋଇଥିବା ଅନୁମାନ କରାଯାଇଥିଲା। ଗତ କିଛିଦିନ ପୂର୍ବେ ମମତା ବାନାର୍ଜୀ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ଯାହାକୁ ସୌଜନ୍ୟମୂଳକ ସାକ୍ଷାତକାର ବୋଲି କୁହାଯାଉଥିଲା।

‌ବର୍ତ୍ତମାନ ପ୍ରଶ୍ନ ଉଠୁଛି କଂଗ୍ରେସ ଓ ବିଜେପି ଠାରୁ ସମଦୂରତ୍ୱ ରଖୁଥିବା ନବୀନ ନୀତୀଶଙ୍କ ଏହି ତୃତୀୟ ସାମ୍ମୁଖ୍ୟରେ କ’ଣ ସାମିଲ ହେବେ। କାରଣ ତୃତୀୟ ସାମ୍ମୁଖ୍ୟରେ କଂଗ୍ରେସ ରହିଛି। ନୀତୀଶ କୁମାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମନିକଟରେ ଭେଟିଥିବାରୁ ଏଥିରେ ବିଜେଡି ଯୋଗଦେବା ସମ୍ଭାବନା କମ୍ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *

Back to top button