ଅସଦାଚରଣ ଭିଡିଓ ଭାଇରାଲ କରି ଚପଲ ପାହାର ଖାଇଲେ ଯୁବକ

ନୂଆଦିଲ୍ଲୀ : ମହଙ୍ଗା ପଡ଼ିଲା ଯୁବତୀଙ୍କୁ ଅସଦାଚରଣ କରି ଭିଡିଓ ଭାଇରାଲ କରିବା। ଏଥିପାଇଁ ସମ୍ପୃକ୍ତ ଯୁବକଙ୍କୁ ଚପଲ ପାହାର ଖାଇବାକୁ ପଡିଛି।

ଖବର ଅନୁଯାୟୀ ଉତ୍ତରପ୍ରଦେଶ ହାପୁଡ଼ର ବହାଦୁରଗଡ଼ ଥାନା ଅଞ୍ଚଳରେ ଘଟଣାଟି ଘଟିଥିବା କୁହାଯାଉଛି। ଅଭିଯୁକ୍ତ ଯୁବକ ଯୁବତୀଙ୍କୁ ଅସଦାଚରଣ କରିବା ସହିତ ତାହାର ଭିଡିଓ କରିଥିଲେ। ଏହାକୁ ଭାଇରାଲ କରିବାର ଧମକ ଦେଇ ବିବାହ ପାଇଁ ଯୁବତୀଙ୍କ ଉପରେ ଚାପ ପକାଉଥିଲେ। ଏମିତି ନକରିବାକୁ ଯୁବତୀ ତାଙ୍କୁ ଅନେକଥର ବୁଝାଇଥିଲେ। କିନ୍ତୁ ସେଇ ଯୁବକ କିଛି ନଶୁଣି ଯୁବତୀଙ୍କ ଭିଡିଓ ଭାଇରାଲ କରି ଦେଇଥିଲେ।

ଘଟଣା ସମ୍ପର୍କରେ ଯୁବତୀ ପରିବାରଲୋକଙ୍କୁ ଜଣାଇଥିଲେ। ଅଭିଯୁକ୍ତ ଓ ପୀଡିତା ପାଖାପାଖି ଅଞ୍ଚଳର ହୋଇଥିବାରୁ ଘଟଣାକୁ କେନ୍ଦ୍ରକରି ପଞ୍ଚାୟତ ଡକାଯାଇଥିଲା। ପଞ୍ଚାୟତ ଅଭିଯୁକ୍ତ ଯୁବକଙ୍କ ଗାଲରେ ୧୫ଥର ଚପଲରେ ପିଟିବାକୁ ଯୁବତୀଙ୍କୁ ଅନୁମତି ଦେଇଥିଲା। ଏହାର ଭିଡିଓ ଭାଇରାଲ ହେବାପରେ ସୋସିଆଲ ମିଡିଆରେ ପୋଲିସ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *

Back to top button