କେନ୍ଦ୍ର ଆଣିଥିବା ଅଧ୍ୟାଦେଶ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା : କେଜ୍ରିୱାଲ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଦିଲ୍ଲୀ ସରକାରଙ୍କ କ୍ଷମତାକୁ ସଙ୍କୁଚିତ କରିବାକୁ ଶୁକ୍ରବାର ଅଧ୍ୟାଦେଶ ଜାରି କରିଥିଲେ। ଏହାକୁ ଆପ୍‌ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତୀବ୍ର ସମାଲୋଚନା କରିଛନ୍ତି।

କେଜ୍ରିୱାଲ କହିଛନ୍ତି ଏହି ଅଧ୍ୟାଦେଶ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା ଓ ସର୍ବୋଚ୍ଚ ଅଦାଲତଙ୍କ ଅପମାନ। ଗଣତନ୍ତ୍ର ଉପରେ ଏହା କେନ୍ଦ୍ର ସରକାରଙ୍କ ଖରାପ ଜୋକ। କାହିଁକି କେନ୍ଦ୍ର ସରକାର ଗୋଟିଏ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି ? କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ଆମେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବୁ। ସେ କେକହିଛନ୍ତି ବିରୋଧୀ ଦଳର ନେତାମାନଙ୍କ ସହ ଯୋଗାଯୋଗ କରି ଏହି ଅଧ୍ୟାଦେଶ ଯେମିତି ସଂସଦରେ ପାରିତ ନ ହେବ, ତା’ର ବ୍ୟବସ୍ଥା କରିବେ। ସେହିପରି ଆପ୍‌ ଘର ଘର ବୁଲି ମେଗା ରାଲି କରି ଅଧ୍ୟାଦେଶ ବିରୋଧରେ ପ୍ରଚାର କରିବ ବୋଲି କେଜ୍ରିୱାଲ କହିଛନ୍ତି।

ସୂଚନାଯୋଗ୍ୟ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଦିଲ୍ଲୀର ପ୍ରଶାସନିକ ଅଦଳବଦଳ ଓ ନିଯୁକ୍ତି ନିର୍ବାଚିତ ସରକାରଙ୍କର ବୋଲି ରାୟ ଦେଇଥିଲେ। କିନ୍ତୁ କେନ୍ଦ୍ର ସରକାର ଶୁକ୍ରବାର ଅଧ୍ୟାଦେଶ ଦ୍ୱାରା ଟ୍ରାନ୍ସଫର ଓ ପୋଷ୍ଟିଂ ଦାୟିତ୍ୱ ନ୍ୟାଶନାଲ କ୍ୟାପିଟାଲ ସିଭିଲ ସର୍ଭିସ ଅଥୋରିଟିର ବୋଲି କହିଥିଲେ।
ଏହି ଅଥୋରିଟିରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ରହିବେ। ମୁଖ୍ୟ ଶାସନ ସଚିବ ଓ ପ୍ରିନ୍ସିପାଲ ଗୃହ ସଚିବ ଅଥୋରିଟିର ସଦସ୍ୟ ରହିବେ। ସବୁ ପୋଷ୍ଟିଂ ଓ ବଦଳି ସଦସ୍ୟଙ୍କ ଭୋଟ ଆଧାରରେ ହେବ। ମତପାର୍ଥକ୍ୟ ଦେଖାଗଲେ ଉପ ରାଜ୍ୟପାଲ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଏହାକୁ କେହିବେଖାତିର କରିପାରିବେ ନାହିଁ ବୋଲି ଅଧ୍ୟାଦେଶରେ କୁହାଯାଇଥିଲା।

Leave a Reply

Your email address will not be published. Required fields are marked *

Back to top button