ଦିଲ୍ଲୀର ସମସ୍ତ ଲୋକସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ଦିଲ୍ଲୀର ସମସ୍ତ ୭ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି।

ଖବର ଅନୁଯାୟୀ ଦିଲ୍ଲୀ ବିଜେପିର ପ୍ରଦେଶ ଉପାଧ୍ୟକ୍ଷ ଦିନେଶ ପ୍ରତାପ ସିଂଙ୍କୁ ନୂଆଦିଲ୍ଲୀ ଲୋକସଭା ପ୍ରଭାରୀ ଓ ହର୍ଷ ମାଲହୋତ୍ରାଙ୍କୁ ପୂର୍ବ ଦିଲ୍ଲୀ ଲୋକସଭା ପ୍ରଭାରୀ ନିଯୁକ୍ତ କରାଯାଇଛି। ସେହିଭଳି ଯୋଗେନ୍ଦ୍ର ଚନ୍ଦୋଲିଆଙ୍କୁ ଉତ୍ତର ପଶ୍ଚିମ ଲୋକସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିବସା ବେଳେ କମଲଜିତ୍ ସହରାବତଙ୍କୁ ଉତ୍ତର ପୂର୍ବ ଲୋକସଭା, ରାଜେଶ ଭାଟିଆଙ୍କୁ ଚାନ୍ଦିନୀ ଚୌକ ଲୋକସଭା, ରାଜୀବ ବବ୍ୱରଙ୍କୁ ଦକ୍ଷିଣ ଦିଲ୍ଲୀ ଓ ଜୟପ୍ରକାଶଙ୍କୁ ପଶ୍ଚିମ ଦିଲ୍ଲୀ ଲୋକସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button