ଚାଷୀଙ୍କ ଉପରେ ଚଢିଗଲା ବିଜେପି ନେତାଙ୍କ ଗାଡି : ୪ ମୃତ

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀର ତିକୁନିଆ ଅଞ୍ଚଳରେ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ କାର୍ଯ୍ୟକ୍ରମ ପୂର୍ବରୁ ଅଘଟଣ। ଆନ୍ଦୋଳନକାରୀ ଚାଷୀଙ୍କ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଗାଡି ଚଢ଼ାଇଦେଲେ। ଏହି ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଚାଷୀ ଗୁରୁତର ହୋଇଛନ୍ତି। ଏହାକୁ ନେଇ ଉତ୍ତ୍ୟକ୍ତ ଲୋକେ ମନ୍ତ୍ରୀଙ୍କ ତିନୋଟି କାର୍‌ରେ ନିଆଁ ଲଗାଇ ଦେଇଛନ୍ତି।

ଖବର ଅନୁଯାୟୀ ରବିବାର ଖିରିରେ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ କାର୍ଯ୍ୟକ୍ରମ ଥିଲା। ତାଙ୍କୁ କଳା ପତାକା ଦେଖାଇବା ପାଇଁ ରୁଣ୍ଡ ହୋଇଥିବା କୃଷକଙ୍କ ସହିତ ପ୍ରଥମେ ପୋଲିସ ଓ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏହି ସମୟରେ ବିଜେପି ନେତାଙ୍କ ଗାଡି ତଳେ କିଛି କୃଷକ ଚାପି ହୋଇଯିବାରୁ ଦୁଇଜଣ କୃଷକଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ପରେ ଉତ୍ତେଜିତ କୃଷକମାନେ ଗାଡିରେ ନିଆଁ ଲଗାଇ ଦେଇ ବିଜେପି ନେତାଙ୍କୁ ନିର୍ଦ୍ଧୁମ ଛେଚିଛନ୍ତି। ତେବେ ଭାରତୀୟ କୃଷକ ମୋର୍ଚ୍ଚା ଟ୍ଵିଟ୍ କରି କହିଛି ଗାଡି ମାଡି ଯିବାରୁ ୪ ଜଣ କୃଷକଙ୍କ ମୃତ୍ୟୁ ଘଟିଛି।

Leave a Reply

Your email address will not be published. Required fields are marked *

Back to top button