କିରାଣିଙ୍କ ଘରେ ଭିଜିଲାନ୍ସ ରେଡ

ବଲାଙ୍ଗିର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଉପଜିଲ୍ଲାପାଳ ଅଫିସର ମୁଖ୍ୟ କିରାଣି ରମେଶ କୁମାର ନାଗଙ୍କ ଘରେ ଆଜି ଭିଜିଲାନ୍ସ ରେଡ। ତାଙ୍କ ବଲାଙ୍ଗିରସ୍ଥିତ ଶାନ୍ତିପଡ଼ା ଘର, ତାଲପାଲିପଡ଼ାର ପୈତୃକ ଘର ସହ ଓ ସୁବର୍ଣ୍ଣପୁର କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଥିବା ଜଣାପଡିଛି।
ଖବର ଅନୁଯାୟୀ ବଲାଙ୍ଗିର ଡିଏସପିଙ୍କ ନେତୃତ୍ୱରେ ବଲାଙ୍ଗିର, ସୋନପୁର ଓ ସମ୍ୱଲପୁର ଭିଜିଲାନ୍ସ ବିଭାଗର କର୍ମଚାରୀ ଚଢ଼ଉ କରିଛନ୍ତି। ଅନ୍ୟପକ୍ଷରେ ରମେଶ କୁମାର ନାଗ କହିଛନ୍ତି ମୋର ଆୟ ବହିର୍ଭୂତ ସମ୍ପତ୍ତି ନାହିଁ। ଶାନ୍ତିପଡ଼ାରେ ଥିବା ତିନି ମହଲା କୋଠାରେ ଆମେ ଭାଇମାନେ ମିଶି ରହୁ। ମୋ ନାଁରେ ମିଛ ଅଭିଯୋଗ ହୋଇଛି।