ଅବସରପ୍ରାପ୍ତ ଶିକ୍ଷକ ଗୋପାଳକୃଷ୍ଣ ପଣ୍ଡାଙ୍କ ପରଲୋକ

ଘସିପୁରା : ଆମ ଅଞ୍ଚଳର ବର୍ଷୀୟାନ ବ୍ୟକ୍ତିତ୍ଵ, ଅବସରପ୍ରାପ୍ତ ଶିକ୍ଷକ, ସମାଜସେବୀ, ଗୋପାଳକୃଷ୍ଣ ପଣ୍ଡାଙ୍କର ପରଲୋକ ହୋଇଯାଇଛି।

ଖବର ଅନୁଯାୟୀ ଘସିପୁରା ବ୍ଲକ ଅନ୍ତର୍ଗତ ଦେଓଗାଁ ଗ୍ରାମର ଗୋପାଳକୃଷ୍ଣ ପଣ୍ଡାଙ୍କ ଦେହ ଅସୁସ୍ଥ କାରଣରୁ ତାଙ୍କୁ କିମ୍ସ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା। ଗତ ୨୪ ତାରିଖରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁଶଯ୍ୟା ନିକଟରେ, ପୁଅ ପ୍ରଶାନ୍ତ, ପ୍ରଫୁଲ୍ଲ ,ପ୍ରକାଶ ବୋହୁ ଝିଅ ଜ୍ୟୋଇଁ, ନାତି ନାତୁଣୀଙ୍କ ସହିତ ବନ୍ଧୁ ପରିଜନ ଉପସ୍ଥିତ ଥିଲେ। 

ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକଛାୟା ଖେଳି ଯାଇଛି। ସେ ଜଣେ ଅତୀବ ଛାତ୍ର ବତ୍ସଳ ଓ କର୍ତ୍ତବ୍ୟ ନିଷ୍ଠ ବ୍ୟକ୍ତିଭାବେ ଜଣାଶୁଣା। ତାଙ୍କ ବିୟୋଗରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବାସଭବନରେ ପହଞ୍ଚି ପରିବାରକୁ ସମବେଦନା ଜଣାଇବା ସହିତ ଶେଷ ଦର୍ଶନ କରିଥିଲେ। କୁଶେଇ ନଦୀ ଦେଓଗାଁ  ଶ୍ମଶାନ ଘାଟରେ ଶେଷକୃତ୍ୟ ସଂପର୍ଣ୍ଣ କରାଯାଇଥିବା ବେଳେ ପୁଅ ପ୍ରଶାନ୍ତ ମୁଖାଗ୍ନୀ ଦେଇଥିଲେ।

Leave a Reply

Your email address will not be published. Required fields are marked *

Back to top button