ବୋହୂର ବିଷମିଶା ଖାଦ୍ୟଖାଇ ଶାଶୂ ମୃତ, ସ୍ୱାମୀ ଗୁରୁତର

ଢେଙ୍କାନାଳ : ପାରିବାରିକ କଳହରୁ ଖାଦ୍ୟରେ ବିଷ ମିଶାଇଲା ବୋହୂ। ଯାହାକୁ ଖାଇ ଶାଶୂଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ମେଡ଼ିକାଲ୍‌ରେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ଅଭିଯୋଗ ଆଧାରରେ ରାସୋଳ ଥାନା ପୋଲିସ ବୋହୂକୁ ଅଟକ ରଖିଥିବା ଜଣାପଡିଛି।

ଖବର ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ରାସୋଳ ଗ୍ରାମର ବ୍ରାହ୍ମଣ ସାହିରେ ଘଟିଛି। ଗୁରୁବାର ଜୟନ୍ତ ସର ମାଆ ସୁଲୋଚନାଙ୍କୁ ନେଇ ବ୍ୟାଙ୍କ ଯାଇଥିଲେ। ମଧ୍ୟାହ୍ନରେ ଘରେ ପହଞ୍ଚିବା ପରେ ଶାଶୂ ସୁଲୋଚନା ଓ ସ୍ୱାମୀ ଜୟନ୍ତଙ୍କୁ ଭାତ, ଡାଲି ଓ ତରକାରୀ ରାନ୍ଧି ଖାଇବାକୁ ଦେଇଥିଲେ ବୋହୂ ତୃପ୍ତିମୟୀ। ଡାଲି କାହିଁକି ପିତା ଲାଗୁଛି ଜୟନ୍ତ ପଚାରିବାରୁ ତୃପ୍ତିମୟୀ କୌଣସି ଉତ୍ତର ଦେଇନଥିଲା। ଖାଇସାରିବା ପରେ ସୁଲୋଚନା ନିଦରେ ଶୋଇ ପଡ଼ିଥିଲେ।

ସନ୍ଧ୍ୟା ୭ଟାରେ ଜୟନ୍ତଙ୍କୁ ତୃପ୍ତି ଉଠାଇଥିଲେ। ଆଉ କହିଥିଲେ ରାତି ପାହିଲାଣି ଉଠ। ଜୟନ୍ତ ଉଠି ମାଆଙ୍କ ପାଖକୁ ଯାଇ ଡାକିଥିଲେ। ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଏହାପରେ ଜୟନ୍ତ ଅସୁସ୍ଥ ହୋଇପଡ଼ିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହିନ୍ଦୋଳ ଉପଖଣ୍ଡ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।

ଲୋକଙ୍କ କହୁଛନ୍ତି ତୃପ୍ତିମୟୀ ପୂର୍ବରୁ ଭାପୁର ଅଞ୍ଚଳର ଜଣେ ଯୁବକଙ୍କୁ ବିବାହ କରିଥିଲେ। ତାଙ୍କର ଗୋଟିଏ ଝିଅ ଅଛି। ପ୍ରଥମ ସ୍ୱାମୀଙ୍କ ସହିତ ବିବାଦ ଦେଖାଦେବାରୁ ଛାଡପତ୍ର ହୋଇଥିଲା। ତିନିମାସ ତଳେ ସେ ଜୟନ୍ତ ସରଙ୍କୁ ବିବାହ କରିଥିଲେ। ଏହି ବିବାହକୁ ନେଇ ଜୟନ୍ତଙ୍କ ପରିବାରରେ ଝଡ଼ ସୃଷ୍ଟି ହୋଇଥିଲା। ସେଥିପାଇଁ ଜୟନ୍ତଙ୍କ ପରିବାରକୁ ନିପାତ କରିବାକୁ ତୃପ୍ତିମୟୀ ଯୋଜନା କରିଥିବା ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *

Back to top button