ଯୌନ ସଂପର୍କ ପାଇଁ ଅରାଜି ହେବାରୁ ପ୍ରେମିକାକୁ ହତ୍ୟା ଉଦ୍ୟମ

ବାନ୍ଦ୍ରା : ସର୍ବସାଧାରଣ ସ୍ଥାନରେ ଯୌନ ସଂପର୍କ ସ୍ଥାପନ ପାଇଁ ପ୍ରସ୍ତାବ। ମନା କରିବାରୁ ପ୍ରେମିକାକୁ ଗଳା କାଟି ହତ୍ୟା ଉଦ୍ୟମ କରିଛି ପ୍ରେମିକ। ମୁମ୍ବାଇର ବାନ୍ଦ୍ରାରେ ଏପରି ଏକ ଘଟଣା ଘଟିଛି।

ଖବର ଅନୁଯାୟୀ ବାନ୍ଦ୍ରା ସହରର ଏକ ସାର୍ବଜନୀନ ସ୍ଥାନରେ ପ୍ରେମିକାଙ୍କ ସହ ଯୌନ ସଂପର୍କ ସ୍ଥାପନ କରିବାକୁ ଚାହିଁଥିଲେ ପ୍ରେମିକ। କିନ୍ତୁ ପ୍ରେମିକ ଏଥିରେ ସହମତ ହୋଇନହେବାରୁ ପରିଣତି ହୋଇଥିଲା ଭୟଙ୍କର। ପ୍ରେମିକ ତାଙ୍କ ଗଳା କାଟି ହତ୍ୟା କରିଥିଲା। କେବଳ ସେତିକି ନୁହେଁ ପଥରରେ ମୁଣ୍ଡ ପିଟିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଯୁବତୀଙ୍କ ଅବସ୍ଥା ରହିଛି। ଏପରି କାଣ୍ଡ କରିଥିବା ୨୮ ବର୍ଷୀୟ ପ୍ରେମିକଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି।

ପୋଲିସ କହିଛି ଅଭିଯୁକ୍ତ ଆକାଶ ମୁଖାର୍ଜୀ ମୁମ୍ବାଇ ଉପକଣ୍ଠ କଲ୍ୟାଣର ବାସିନ୍ଦା। ସେ ଓ ତାଙ୍କ ପ୍ରେମିକା ଗୋଟିଏ କମ୍ପାନିରେ କାମ କରନ୍ତି। ସେମାନଙ୍କ ମଧ୍ୟରେ କିଛିବର୍ଷ ହେଲା ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ବୁଧବାର ଦୁହେଁ କଲ୍ୟାଣରୁ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ (ସିଏସଏମଟି)କୁ ଏକ ଲୋକାଲ ଟ୍ରେନରେ ଯାଇଥିଲେ। ସନ୍ଧ୍ୟାରେ ବାନ୍ଦ୍ରା ବ୍ୟାଣ୍ଡଷ୍ଟାଣ୍ଡ ଯିବା ପୂର୍ବରୁ ଗେଟ୍‌ ୱେ ଅଫ୍‌ ଇଣ୍ଡିଆ ଓ ଗିରଗାଓଁ ଚୌପାଟି ଭଳି ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିଥିଲେ। ଏହାର କିଛି ସମୟ ପରେ ଆକାଶ ତାଙ୍କ ପ୍ରେମିକାଙ୍କୁ କହିଥିଲେ ସେ ତାଙ୍କୁ ବିବାହ କରିବା ପାଇଁ ତାଙ୍କ ଧର୍ମ ଗ୍ରହଣ କରିଛନ୍ତି। ଏହାପରେ ତାଙ୍କ ସହ ଯୌନ ସଂପର୍କ ସ୍ଥାପନ କରିବାକୁ ଦାବି କରିବାରୁ ପ୍ରେମିକା ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏଥିରେ କ୍ରୋଧିତ ହୋଇ ଆକାଶ ପ୍ରଥମେ ପ୍ରେମିକାର ଗଳା କାଟିବାକୁ ଚେଷ୍ଟା କରିବା ସହିତ ମୁଣ୍ଡକୁ ପଥରରେ ମାଡ଼ କରିଥିଲେ। ପରେ ଏକ ନାଳରେ ବୁଡ଼ାଇ ଦେବାକୁ ଚେଷ୍ଟା କରିବାରୁ ପ୍ରେମିକା ସାହାଯ୍ୟ ପାଇଁ ଚିତ୍କାର କରିଥିଲେ। ସେଠାରେ ଉପସ୍ଥିତ ଲୋକମାନେ ଥାନାକୁ ଖବର ଦେବାରୁ ବାନ୍ଦ୍ରା ପୋଲିସ ଅଭିଯୁକ୍ତକୁ ଅଟକ ରଖି ଯୁବତୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇଥିଲେ।

Leave a Reply

Your email address will not be published. Required fields are marked *

Back to top button