ବସନ୍ତଙ୍କୁ ବିବାହ ପ୍ରସ୍ତାବ ଦେଇଥିଲା ପାକିସ୍ତାନୀ ସୁନ୍ଦରୀ

ବାଲେଶ୍ୱର : ଡିଆର୍‌ଡିଓର ଗୁପ୍ତ ତଥ୍ୟ ହାସଲ ପାଇଁ ବସନ୍ତ ବେହେରାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲା ପାକିସ୍ତାନୀ ସୁନ୍ଦରୀ। ସେଥିପାଇଁ ସାଥୀମାନଙ୍କ ସହ ମିଶି ସେ ତଥ୍ୟ ଦେଇଥିଲା। ଏବେ କ୍ରାଇମବ୍ରାଞ୍ଚ ଏ ଦିଗରେ ତଦନ୍ତ କରୁଥିବା କୁହାଯାଉଛି।

ଅନ୍ୟପକ୍ଷରେ ଗୁପ୍ତ ତଥ୍ୟ ଚୋରି ମାମଲାରେ କ୍ରାଇମବ୍ରାଞ୍ଚ ୫ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଥିଲା। ଆଜି ଅବଧି ସରିବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ରିମାଣ୍ଡରେ ଥିବାବେଳେ ବସନ୍ତ ବେହେରାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ବସନ୍ତଙ୍କ ଆକାଉଣ୍ଟକୁ ୨୮ ହଜାର ଓ ୧୪ ହଜାର ଟଙ୍କା ଯାଇଛି। ହନିଟ୍ରାପରେ ଫସିଥିବା ଅଭିଯୁକ୍ତଙ୍କ ପାଖରୁ କ୍ରାଇମବ୍ରାଞ୍ଚ ୩ଟି ଲାପଟପ୍‌ ଓ ୪ ଜଣଙ୍କ ମୋବାଇଲ ଜବତ କରିଛି। ଏସବୁକୁ ତଥ୍ୟ ସଂଗ୍ରହ ପାଇଁ ଫୋରେନ୍‌ସିକ ଲ୍ୟାବକୁ ପଠାଯାଇଛି।

Leave a Reply

Your email address will not be published. Required fields are marked *

Back to top button