କଠୋରତାବାଦ ସବୁଠୁ ବଡ଼ ଚ୍ୟାଲେଞ୍ଜ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ସଙ୍ଘାଇ କର୍ପୋରେସନ ଅର୍ଗାନାଇଜେସନ (ଏସ୍‌ସିଓ) ସମ୍ମିଳନୀ ୨୦ ବର୍ଷ ପୂର୍ତ୍ତି ପାଳନ କରିଛି। ଶୁକ୍ରବାର ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ଏହି ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଫଗାନିସ୍ତାନ କଥା ଉଠାଇଛନ୍ତି। ସେ କହିଛନ୍ତି ଏସିଆ ମହାଦେଶର ଦେଶଗୁଡ଼ିକ ପାଇଁ କଠୋରତାବାଦ ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ଆଫଗାନିସ୍ତାନକୁ ଏହାର ଉଦାହରଣ ଭାବେ ନିଆଯାଇ ପାରେ। ଏପରି କଥା କହିବା ବେଳେ ତାଙ୍କ ଉଦବୋଧନକୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଶୁଣିଥିଲେ।

ମୋଦି କହିଛନ୍ତି ଏସ୍‌ସିଓର ୨୦ଶ ବର୍ଷ ପୂର୍ତ୍ତି ହେଉଛି ଠିକ ସମୟ ଯେତେବେଳେ ଆମେ ଏସ୍‌ସିଓର ଭବିଷ୍ୟତ କଥା ଚିନ୍ତା କରିବା ଦରକାର। ଏହା ଗୋଟିଏ ଖୁସିର କଥା ଯେ ଆମ ସହ ନୂଆ ବନ୍ଧୁ ରାଷ୍ଟ୍ର ଯୋଡ଼ି ହେଉଛନ୍ତି। ମୁଁ ଇରାନକୁ ଏସସିଓର ନୂଆ ସଦସ୍ୟ ଭାବେ ସ୍ୱାଗତ କରୁଛି। ଏଥିସହ ତିନି ଡାଏଲଗ ପାର୍ଟନର ଇଜିପ୍ଟ, କାତାର ଓ ସାଉଦି ଆରବକୁ ସ୍ୱାଗତ କରୁଛି। ମୋ ମତରେ ଏହି ଅଞ୍ଚଳ ପାଇଁ ଶାନ୍ତି, ସୁରକ୍ଷା ଓ ବିଶ୍ୱାସ ହ୍ରାସ ପାଇବା ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ଏହାର ମୁଖ୍ୟ କାରଣ ହେଲା ବର୍ଦ୍ଧିତ କଠୋରତାବାଦ। ନିକଟରେ ଆଫଗାନରେ ଘଟିଥିବା ଘଟଣା ଏହି ଚ୍ୟାଲେଞ୍ଜକୁ ଆହୁରି ସ୍ପଷ୍ଟ କରିଦେଇଛି।

ସେ କହିଲେ ଇସଲାମ ସହ ଜଡ଼ିତ ସଂଯମତା, ସହିଷ୍ଣୁତା, ସମ୍ମେଳନ ଓ ପରମ୍ପରା ଆଦିକୁ ଅଧିକ ସଶକ୍ତ କରିବା ପାଇଁ ଏସ୍‌ସିଓ ରାଷ୍ଟ୍ରଗୁଡ଼ିକୁ ଗୋଟିଏ ଶକ୍ତ ନେଟୱର୍କ ବିକାଶ ଦିଗରେ କାର୍ଯ୍ୟ କରିବା ଦରକାର। ଭାରତ ସବୁବେଳେ କେନ୍ଦ୍ରୀୟ ଏସିଆ ସହ ଯୋଗାଯୋଗ ସମ୍ପର୍କ ସ୍ଥାପନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଭାରତର ବିଶାଳ ମାର୍କେଟ ସହ କେନ୍ଦ୍ରୀୟ ଏସିଆର ରାଷ୍ଟ୍ରଗୁଡ଼ିକ ଯୋଡ଼ି ହେଲେ ସେମାନଙ୍କର ଲାଭ ହେବ। କୌଣସି ଯୋଗାଯୋଗର ମାଧ୍ୟମ ବା ସମ୍ପର୍କ ଗୋଟିଏ ପକ୍ଷର ଉଦ୍ୟମରେ ସମ୍ଭବ ନୁହେଁ। ପରସ୍ପରର ସହଭାଗିତା ଓ ବିଶ୍ୱାସରେ ସବୁ ପ୍ରକଳ୍ପ କରାଯାଇଥାଏ। ସେହିପରି ସବୁ ଦେଶ ଅନ୍ୟ ଦେଶର ରାଷ୍ଟ୍ରୀୟ ଅଖଣ୍ଡତକୁ ସମ୍ମାନ ଦେବା ଦରକାର।

Leave a Reply

Your email address will not be published. Required fields are marked *

Back to top button