କୋଟିପତି ବାବୁ ପ୍ରଶାନ୍ତ ରାଉତଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ଵର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ ସରକାରୀ ଚାକିରିରୁ ବିଦାହେଲେ। ରାଜ୍ୟ ସରକାର ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି।

ଖବର ଅନୁଯାୟୀ ପ୍ରଶାନ୍ତଙ୍କୁ ଆୟ ଠାରୁ ୫୦୬ ପ୍ରତିଶତ ଅଧିକ ସଂପତ୍ତି ଠୁଳ ଅଭିଯୋଗରେ ଦୁଇଦିନ ତଳେ ଭିଜିଲାନ୍ସ ଗିରଫ କରିଥିଲା। ତାଙ୍କର ଆୟ ବହିର୍ଭୂତ ସଂପତ୍ତିର ମୂଲ୍ୟ ୫ କୋଟି ୨୧ ଲକ୍ଷ ୯ ହଜାର ୬୫୯ ଟଙ୍କା। ୨୩ ତାରିଖରେ ପ୍ରଶାନ୍ତଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଥିଲା। ତାଙ୍କ ଘରୁ ଜବତ ହୋଇଥିଲା ନଗଦ ୩ କୋଟି ୨ଲକ୍ଷ ୩୦ହଜାର ୮୦୦ଟଙ୍କା। ଯାହାକି ଭିଜିଲାନ୍ସ ଇତିହାସରେ ଏତେଟଙ୍କା ଜବତ ହେବା ଦ୍ୱିତୀୟ ଘଟଣା।

ସୂଚନାଯୋଗ୍ୟ ୨୦୧୮ ମସିହାରେ ପ୍ରଶାନ୍ତ ବିଶ୍ରା ବ୍ଲକ ବିଡିଓ ଥିବାବେଳେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ୨୦୧୮ ନଭେମ୍ବର ୬ରେ ତାଙ୍କୁ ନିଲମ୍ବିତ କରଯାଇଥିଲା। ୨୦୨୦ ଜାନୁୟାରୀ ୧୮ରେ ନିଲମ୍ବନ ହଟିଥିଲା ତଥା ସେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ଭାବେ ପୁନଃ ଅବସ୍ଥାପିତ ହୋଇଥିଲେ।

Leave a Reply

Your email address will not be published. Required fields are marked *

Back to top button