ଗଣେଶ ମେଢ଼ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ : ୮ ଆହତ

ବ୍ରହ୍ମପୁର : ଖଲ୍ଲିକୋଟ ବ୍ଲକର କୋମଣ୍ଡ ଗ୍ରାମରେ ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଗତକାଲି ରାତିରେ ଘଟିଥିବା ଏହି ଘଟଣାରେ ଦୁଇଗୋଷ୍ଠୀ ପରସ୍ପରକୁ ଟେକା ଓ ପଥରମାଡ଼ କରିବାରୁ ୪ ଜଣ ମହିଳାଙ୍କ ସମେତ ୮ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଖବର ଅନୁଯାୟୀ ରମ୍ଭା ଥାନା ଆଇଆଇସି ସତ୍ୟବ୍ରତ ଭୁତିଆଙ୍କ ନେତୃତ୍ୱରେ ଦୁଇ ସେକ୍ସନ୍ ପୋଲିସ ଫୋର୍ସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲେ। ଉତ୍ତେଜନାକୁ ନଜର‌ରେ ରଖି ଗ୍ରାମରେ ପୋଲିସ ମୁତୟନ ରହିଛନ୍ତି। ଶାନ୍ତି ଫେରାଇ ଆଣିବାକୁ ଉଦ୍ୟମ ଜାରି ରହିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button