ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ଜୋରଦାର ପ୍ରସ୍ତୁତି

ବାରିପଦା : ଆସନ୍ତା ୪ ତାରିଖ ଠାରୁ ୩ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ରାଇରଙ୍ଗପୁର ମାଟିର ଝିଅ ହୋଇଥିବାରୁ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବ୍ୟାପକ ପ୍ରସ୍ତୁତି ଚାଲିଛି। ତାଙ୍କ ଗାଁ ପାହାଡପୁର ସମେତ ଆଖପାଖ ଅଂଚଳରେ ପରିଷ୍କାର ପରିଚ୍ଛନ୍ନ, ରାସ୍ତାଘାଟ ନିର୍ମାଣ ସହିତ ଅସ୍ଥାୟୀ ହେଲିପ୍ୟାଡ୍ ନିର୍ମାଣ କାର୍ଯ୍ୟ ମଧ୍ୟ ଜାରି ରହିଛି।

ଖବର ଅନୁଯାୟୀ ମଇ ୪ତାରିଖରେ ରାଷ୍ଟ୍ରପତିଙ୍କ ରାତ୍ରୀଯାପନ ନିମନ୍ତେ ପଡୋଶୀ ଝାଡ଼ଖଣ୍ଡର ଟାଟାନଗରରୁ ସ୍ୱତନ୍ତ୍ର ଖଟ ଓ ବିଛଣା ପୂର୍ତ୍ତ ବିଭାଗ ଡାକବଙ୍ଗଳାକୁ ଅଣାଯାଇଛି। ବସିବା ନିମନ୍ତେ ବିଶିଷ୍ଟ କାରିଗରମାନଙ୍କ ଦ୍ୱାରା ନିର୍ମାଣ କରାଯାଉଛି ସ୍ୱତନ୍ତ୍ର ଚୌକି। ଏସଏଲଏସ୍ ସ୍ମାରକୀ ଆବାସିକ ବିଦ୍ୟାଳୟ ହେଉଛି ଚକାଚକ୍। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବାମନଘାଟୀ ଉପଖଣ୍ଡ ଅଂଚଳବାସୀ ବେଶ୍ ଉତ୍ସାହିତ। ସମସ୍ତେ ତାଙ୍କୁ ଭେଟିବେ ବୋଲି ଆଶା ବାନ୍ଧିଛନ୍ତି।

Leave a Reply

Your email address will not be published. Required fields are marked *

Back to top button