ବାତ୍ୟା ପାଇଁ ଆଜି ଓ ଆସନ୍ତା କାଲି ୨୮ ଟି ଟ୍ରେନ୍ ବାତିଲ

ଭୁବନେଶ୍ୱର : ସନ୍ଧ୍ୟାରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟା ଗୁଲାବ ଅବତରଣ କରିବ ବୋଲି ଭାରତ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି। ଜାତୀୟ ବିପର‌୍ୟ୍ୟୟ ମୁକାବିଲା ଫୋର୍ସର ତିନିଟି ଟିମ୍ ଏବଂ ଓଡ୍ରାଫ୍ ଟିମ୍ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ନିୟୋଜିତ ହୋଇଛନ୍ତି । ବାତ୍ୟା ଗୁଲାବକୁ ନଜରରେ ରଖି ଆଜି ପାଇଁ ୨୮ ଟି ଟ୍ରେନ୍‌କୁ ବାତିଲ କରାଯାଇଛି । ଏଥି ମଧ୍ୟରୁ ଭୁବନେଶ୍ୱର-ବେଙ୍ଗାଲୁର ପ୍ରଶାନ୍ତି ଏକ୍ସପ୍ରେସ୍, ଭୁବନେଶ୍ୱର-ଯଶବନ୍ତପୁର, ଭୁବନେଶ୍ୱର ବିଶାଖପାଟଣା, ବିଶାଖପାଟଣା ଭୁବନେଶ୍ୱର, ଭୁବନେଶ୍ୱର-ଶିକନ୍ଦରାବାଦ ବିଶାଖା ଟ୍ରେନ୍, ଭୁବନେଶ୍ୱର-ତିରୁପତି ବାତିଲ କରାଯାଇଛି । ସେହିପରି ପୁରୀ-ଗୁଣୁପୁର, ପୁରୀ-ଚେନ୍ନାଇ ସେଂଟ୍ରାଲ, ଗୁଣୁପୁର-ବିଶାଖପାଟଣା, ବିଶାଖପାଟଣା-ଗୁଣୁପୁର ଟ୍ରେନ୍ ବାତିଲ କରାଯାଇଛି । 

Leave a Reply

Your email address will not be published. Required fields are marked *

Back to top button