ସରକାରୀ କ୍ୱାର୍ଟରରୁ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର

ଭାବନିପାଟଣା : କଳାହାଣ୍ଡି ଜିଲ୍ଲାର ଜଣେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ। ଜୟପାଟଣା ପୋଲିସ ମୁଖିଗୁଡା ସ୍ଥିତ ସରକାରୀ କ୍ୱାର୍ଟରରୁ ତାଙ୍କ ମୃତଦେହ ଉଦ୍ଧାର କରିଥିବା ଜଣାପଡିଛି।

ଖବର ଅନୁଯାୟୀ ମୃତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ନାଁ ରଞ୍ଜିତ କୁମାର କାର୍ଜି। ସେ ଇନ୍ଦ୍ରାବତୀ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ। ତାଙ୍କ ଘର ପାରଳାଖେମୁଣ୍ଡିରେ। ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଶବ ବ୍ୟବଚ୍ଛେଦ ପାଇ ପଠାଇ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *

Back to top button