ନୂଆ ସଂସାର ଯୋଜନା ଫେଲ : ପ୍ରେମିକା ସହ ଭୁବନେଶ୍ୱର ଫେରିଲା ଚିକୁନ

ଭୁବନେଶ୍ୱର : ପତ୍ନୀ ଥାଇ ପ୍ରେମିକାଙ୍କୁ ନେଇ ନୂଆ ସଂସାର ଗଢ଼ିବାକୁ ଅପହରଣ ନାଟକ ରଚିଥିବା ଯୋଜନା ଫେଲ। ମଧ୍ୟପ୍ରଦେଶର କଟନି ଷ୍ଟେସନରେ ଧରା ପଡ଼ିବା ପରେ ଡେଲିଭରି ବୟ ପତିତପାବନ ପୃଷ୍ଟି ଓରଫ୍ ଚିକୁନକୁ ପୋଲିସ ଟିମ୍‌ ଭୁବନେଶ୍ୱର ଆଣିଛି। ଉଭୟଙ୍କୁ ଆଜି ସକାଳେ ଧଉଳି ଥାନାରେ ପଚରାଉଚରା କରାଯାଉଛି।

ଖବର ଅନୁଯାୟୀ ଗତ ଶନିବାର ଚିକୁନ ନିଜ ଯୋଜନା ଅନୁସାରେ କାମ ଆରମ୍ଭ କରିଥିଲା କାମ। ପତ୍ନୀଙ୍କ ନିକଟକୁ ଭଏସ୍‌ ମେସେଜ ଛାଡ଼ିଥିଲା କେହି ଦୁର୍ବୃତ୍ତ ଛୁରା ମାଡ଼ କରି ତାଙ୍କୁ ଡାଲା ଅଟୋରେ ନେଇ ଯାଉଛି। ଏହାପରେ ସ୍ୱାମୀଙ୍କୁ ଫେରାଇ ଆଣିବାକୁ ପତ୍ନୀ ପୋଲିସ ନିକଟରେ ଆକୁଳ ନିବେଦନ କରିଥିଲେ। ସେତେବେଳକୁ ପ୍ରେମିକା ଓଡ଼ିଶା ଛାଡ଼ି ସାରିଥିଲା ଚିକୁନ। ଏହି ଘଟଣାର ଦିନକ ପରେ ଅର୍ଥାତ୍ ରବିବାର ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳର ତାଙ୍କ ପ୍ରେମିକା ନିଖୋଜ ହୋଇଯାଇଥିଲେ। ଯୁବତୀଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ଝିଅ ନିଖୋଜ ପଛରେ ଚିକୁନର ହାତ ଥିବା ସେମାନେ ସନ୍ଦେହ କରୁଛନ୍ତି।

ପୋଲିସ ତଦନ୍ତରୁ ଜାଣିବାକୁ ପାଇଲା ଚିକୁନଙ୍କ ପତ୍ନୀ ଓ ପ୍ରେମିକା ଉଭୟ ପରସ୍ପରକୁ ପୂର୍ବରୁ ଜାଣିଥିବା ବେଳେ ଗୋଟିଏ ସ୍କୁଲରେ ପଢ଼ୁଥିଲେ। ଚିକୁନ ଗତ ୭ ବର୍ଷ ହେଲା ସମ୍ପୃକ୍ତା ଯୁବତୀଙ୍କୁ ଭଲ ପାଉଥିବା କଥା ପତ୍ନୀ ଅବଗତ ଥିଲେ। ସୂଚନାଯୋଗ୍ୟ ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଧୀମ ମୌଜାବେଗ୍‌ ଗାଁର ଚିକୁନ ୮ ମାସ ପୂର୍ବେ ରାମଚଣ୍ଡି ଥାନା ଅଧୀନ ତରୋପରା ପଞ୍ଚାୟତ ମଲିଆତୁଠ ଗାଁର ଅହଲ୍ୟା ପରିଡାଙ୍କୁ ପ୍ରେମ ବିବାହ କରିଥିଲେ। ଏହାପରେ ଉଭୟ ଭୁବନେଶ୍ୱର ଚାଲି ଆସି ଧଉଳି ଥାନା ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲେ। ଚିକୁନ ଡେଲିଭରି ବୟ ଭାବେ କାମ କରୁଥିଲେ।

Leave a Reply

Your email address will not be published. Required fields are marked *

Back to top button