ପ୍ରକାଶ ପାଇଲା ନିଟ୍‌ ପରୀକ୍ଷା ଫଳ

ଭୁବନେଶ୍ଵର : ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ-ୟୁଜି ୨୦୨୩ର ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ଦୁଇଜଣ ଶିକ୍ଷାର୍ଥୀ ଟପ୍ପର ହୋଇଥିବା ବେଳେ ୯୯.୯୯ ପ୍ରତିଶତ ମାର୍କ ରଖିଛନ୍ତି। ଏହି ଦୁଇଜଣ ହେଲେ ତାମିଲନାଡୁର ପ୍ରଭଞ୍ଜନ ଜେ ଓ ଆନ୍ଧ୍ର ପ୍ରଦେଶର ବୋରା ବରୁଣ ଚକ୍ରବର୍ତ୍ତୀ।

ସେହିପରି ଟପ୍ ୫୦ ଜଣଙ୍କ ମଧ୍ୟରେ ଓଡ଼ିଶାର ରହିଛନ୍ତି ୨ ଶିକ୍ଷାର୍ଥୀ। ୮ମ ସ୍ଥାନରେ ସ୍ୱୟଂଶକ୍ତି ତ୍ରିପାଠୀ ଓ ୩୫ତମ ରାଙ୍କରେ ସୂର୍ଯ୍ୟପ୍ରତାପ ମିଶ୍ର। ଟପ୍‌ ୨୦ ମହିଳା ଶିକ୍ଷାର୍ଥୀଙ୍କ ଭିତରେ ଓଡ଼ିଶାର ଅଭିପସା ଚୌଧୁରୀ ଓଭରଅଲ ରାଙ୍କର ୬୪ତମ ସ୍ଥାନରେ ଓ ମହିଳାଙ୍କ ମଧ୍ୟରେ ଟପ୍‌ ୨୦ରେ ରହିଛନ୍ତି। ଉତ୍ତର ପ୍ରଦେଶର ସର୍ବାଧିକ ପିଲା ନିଟ୍‌ ୟୁଜିରେ ପାସ୍‌ କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ମହାରାଷ୍ଟ୍ର ଓ ତୃତୀୟରେ ରାଜସ୍ଥାନ ରହିଥିବା ଏନଟିଏ କହିଛି।

ଏନଟିଏ କହିଛି ମୋଟ ୨୦.୩୮ ଲକ୍ଷ ପିଲାଙ୍କ ମଧ୍ୟରୁ ୧୧.୪୫ ଲକ୍ଷ ପିଲା ପରୀକ୍ଷାରେ କୃର୍ତ୍ତକାର୍ଯ୍ୟ ହୋଇଛନ୍ତି। ଉତ୍ତର ପ୍ରଦେଶରୁ ସର୍ବାଧିକ ୧.୩୯ ଲକ୍ଷ, ମହରାଷ୍ଟ୍ରରେ ୧.୩୧ ଲକ୍ଷ ଓ ରାଜସ୍ଥାନର ୧ ଲକ୍ଷରୁ ଅଧିକ ପିଲା ନିଟ୍‌-ୟୁଜି କ୍ୱାଲିଫାଏ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button