ଅଖଣ୍ଡ ଭାରତକୁ ସମର୍ଥନ କରିବା ପାଇଁ ଶିଖମାନଙ୍କୁ କଙ୍ଗନାଙ୍କ ପରାମର୍ଶ

ମୁମ୍ବାଇ : ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାରର ହତ୍ୟା ପଛରେ ଭାରତର ହାତ ଥିବା ଅଭିଯୋଗ ଆଣିଛନ୍ତି କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ଏହି ପ୍ରସଙ୍ଗକୁ ନେଇ ଭାରତ ଓ କାନାଡା ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି। ଭାରତରୁ କାନାଡା ପାଇଁ ଭିସା ସେବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରହିଛି। ଏହିଭଳି ସମୟରେ ଲାଇମ ଲାଇଟକୁ ଆସିଛି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଏକ ପୋଷ୍ଟ। ସେ ପଞ୍ଜାବର ଅବସ୍ଥା ବିଷୟରେ କହିବା ସହିତ ଶିଖ ସମ୍ପ୍ରଦାୟକୁ ପରାମର୍ଶ ଦେଇଛନ୍ତି।

ଖବର ଅନୁଯାୟୀ କଙ୍ଗନା ରାଣାୱତ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ କରିଥିବା ପୋଷ୍ଟରେ ଲେଖିଛନ୍ତି ଯେତେବେଳେ ମୁଁ ଖଲିସ୍ତାନୀମାନଙ୍କୁ ବିରୋଧ କରିଥିଲି ସେମାନେ ଶିଖ ସମ୍ପ୍ରଦାୟକୁ ବୁଝାଇ ଦେଇଥିଲେ ଯେ ମୁଁ ସେମାନଙ୍କ ସମଗ୍ର ସମ୍ପ୍ରଦାୟକୁ ବିରୋଧ କରୁଛି। ସେଥିପାଇଁ ଆଜି ମଧ୍ୟ ପଞ୍ଜାବରେ ମୋର ଚଳଚ୍ଚିତ୍ର ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ସେମାନଙ୍କୁ ଉତ୍ତେଜିତ କରିବା ଓ ଭୁଲ ପଥରେ ପଠାଇବା ସହଜ।

ଆଉ ଏକ ପୋଷ୍ଟରେ ସେ ଲେଖିଛନ୍ତି ଶିଖ୍ ସମ୍ପ୍ରଦାୟଗୁଡିକୁ ଖଲିସ୍ତାନୀମାନଙ୍କଠାରୁ ନିଜକୁ ଅଲଗା କରି ଅଧିକାଂଶ ଶିଖ୍ ଅଖଣ୍ଡ ଭାରତର ସମର୍ଥନରେ ଆସିବା ଉଚିତ୍। ଖଲିସ୍ତାନୀ ଆତଙ୍କବାଦ ଯୋଗୁଁ ସମଗ୍ର ସମ୍ପ୍ରଦାୟର ଭାବମୂର୍ତ୍ତି ଖରାପ ହେଉଛି।

Leave a Reply

Your email address will not be published. Required fields are marked *

Back to top button