ଧାମରା ଶିଳ୍ପପତିଙ୍କ ଘରେ ଆୟକର ଚଢ଼ଉ

ଭଦ୍ରକ : ଚାନ୍ଦବାଲି ବ୍ଲକ ଧାମରା ଅଞ୍ଚଳର ବିଶିଷ୍ଟ ଉଦ୍ୟୋଗପତି ଦିଗମ୍ବର ଦାସଙ୍କ ଘରେ ଆୟକର ବିଭାଗର ଚଢ଼ଉ। ଆଜି ସକାଳୁ ତାଙ୍କ ବାଂଶଡା ପଞ୍ଚାୟତ ଛେଡାକ ଗାଁ ସ୍ଥିତ ବାସଗୃହ, ଧାମରା ବରଫ କଳ, ଅଫିସ ଓ ଭଦ୍ରକରେ ଥିବା ଅଟାଳିକା ଆଦି ୪ଟି ସ୍ଥାନରେ ଚଢ଼ଉ ଚାଲିଛି।

ସେ ଧାମରା ଅଞ୍ଚଳରେ ଜଣେ ବିଶିଷ୍ଟ ଚିଙ୍ଗୁଡ଼ି ବ୍ୟବସାୟୀ ଭାବେ ଜଣାଶୁଣା। ତାଙ୍କ ନାମରେ ସରକାରଙ୍କ ଟିକସ ଫାଙ୍କି ବ୍ୟବସାୟ କରୁଥିବା କଥା ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ଗତ ୨୦୧୯ ବିଧାନସଭା ନିର୍ଵାଚନରେ ଚାନ୍ଦବାଲି ଆସନରୁ ଦିଗମ୍ବର ଦାସ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ।

Leave a Reply

Your email address will not be published. Required fields are marked *

Back to top button