ବାତ୍ୟା ‘ଗୁଲାବ୍’ କଳିଙ୍ଗପଟ୍ଟନମ ଆଡକୁ ପାଖେଇଛି

ଭୁବନେଶ୍ୱର : ସାମୁଦ୍ରିକ ବାତ୍ୟା ‘ଗୁଲାବ୍’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାୟ ୩ ଘଣ୍ଟା ଧରି ଏହି ପ୍ରକ୍ରିୟା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବାତ୍ୟାର ପ୍ରଭାବରେ ରାଜ୍ୟର ଉପକୂଳ ଅଞ୍ଚଳରେ ଆରମ୍ଭ ହୋଇଛି ବର୍ଷା। ତେବେ ବାତ୍ୟା ଗୋପାଳପୁରଠାରୁ ଦୂରେଇ ଯାଇଥିବା ବେଳେ କଳିଙ୍ଗପଟ୍ଟନମ ଆଡକୁ ପାଖେଇଥିବା କୁହାଯାଇଛି।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ‘ଗୁଲାବ୍’ କଳିଙ୍ଗପଟ୍ଟନମ ପୂର୍ବ-ଉତ୍ତରପୂର୍ବ ଦିଗରେ ୫୦ କିଲୋମିଟର ଓ ଗୋପାଳପୁର ପୂର୍ବ-ଦକ୍ଷିଣପୂର୍ବ ଦିଗର ୧୦୫ କିଲୋମିଟର ଦୂରରେ ରହିଛି। ବର୍ତ୍ତମାନ ଏହାର ଗତିପଥକୁ ବିଶାଖପାଟଣା ଓ ଗୋପାଳପୁରସ୍ଥିତ ପାଣିପାଗ ବିଭାଗର ଡପଲର୍ ରାଡାର ସାହାଯ୍ୟରେ ଅନୁଧ୍ୟାନ କରାଯାଉଛି। ସାମୁଦ୍ରିକ ବାତ୍ୟା ଘଣ୍ଟାପ୍ରତି ୨୪ କିଲୋମିଟର ବେଗରେ ଗତ ୬ ଘଣ୍ଟା ଧରି ପଶ୍ଚିମାଭିମୁଖୀ ହୋଇ ଗତି କରୁଛି।

Leave a Reply

Your email address will not be published. Required fields are marked *

Back to top button