ସ୍ଵଳ୍ପ ସଂଚୟ ସ୍କିମର ସୁଧହାର ବଢିଲା

ନୂଆଦିଲ୍ଲୀ : ଡାକଘର ସଞ୍ଚୟ ଯୋଜନାଠାରୁ ଆରମ୍ଭ କରି ସୁକନ୍ୟା ସମୃଦ୍ଧି ଯୋଜନା ଭଳି କ୍ଷୁଦ୍ର ସଞ୍ଚୟ ଯୋଜନା (ଏସ୍ଏସ୍ଏସ୍)ରେ ନିବେଶକାରୀଙ୍କ ପାଇଁ ଖୁସି ଖବର । ଅର୍ଥ ମନ୍ତ୍ରଣାଳୟ ନୂଆ ତ୍ରୈମାସ ପାଇଁ ସୁଧ ହାର ଘୋଷଣା କରିଛି। ସୁଧ ହାର ୦.୧ ପ୍ରତିଶତରୁ ୦.୭୦ ପ୍ରତିଶତକୁ ବଢିଛି। ଏହା ଏପ୍ରିଲ ୧ରୁ ଜୁନ୍ ପର୍ଯ୍ୟନ୍ତ ଲାଗୁ ରହିବ।

ଘୋଷିତ ଇ-ସୁଧ ହାରରେ ଜାତୀୟ ସଞ୍ଚୟ ପ୍ରମାଣପତ୍ର (ଏନ୍ଏସସି)ର ସୁଧ ହାର ସବୁଠାରୁ ଅଧିକ ବୃଦ୍ଧି କରାଯାଇଛି। ଏହା ଅଧୀନରେ ଏପ୍ରିଲ ପହିଲାରୁ ୭.୦ ପ୍ରତିଶତ ପରିବର୍ତ୍ତେ ୭.୭ ପ୍ରତିଶତ ସୁଧ ମିଳିବ। ଏହାବ୍ୟତୀତ ଗୋଟିଏ ବର୍ଷ, ୨ ବର୍ଷ, ୩ ବର୍ଷ ଓ ୫ ବର୍ଷିଆ ଜମା ଉପରେ ସୁଧ ହାର ୦.୧ ପ୍ରତିଶତରୁ ୦.୫ ପ୍ରତିଶତକୁ ବୃଦ୍ଧି କରାଯାଇଛି। ସେହିପରି କିଷାନ ବିକାଶ ପତ୍ର ଏବେ ୧୨୦ ମାସ ପରିବର୍ତ୍ତେ ୧୧୫ ମାସରେ ପରିପକ୍ୱ ହେବ। ନୂଆ ସୁଧ ହାର ୭.୨ ପ୍ରତିଶତରୁ ୭.୫ ପ୍ରତିଶତକୁ ବୃଦ୍ଧି କରାଯାଇଛି । ସେହିପରି ସୁକନ୍ୟା ସମୃଦ୍ଧି ସ୍କିମରେ ସୁଧହାର ୮ ପ୍ରତିଶତକୁ ବୃଦ୍ଧି କରାଯାଇଛି । ୫ ବର୍ଷୀୟ ଡାକଘର ଜମା ପାଇଁ ସୁଧହାର ୭.୫ ପ୍ରତିଶତକୁ ବୃଦ୍ଧି ପାଇଛି । କିନ୍ତୁ ସଞ୍ଚୟ ଆକାଉଣ୍ଟ ଓ ପିପିଏଫ ଉପରେ ସୁଧ ହାର ବୃଦ୍ଧି ହୋଇନାହିଁ। ଇପିଏଫ ଉପରେ ସୁଧ ହାର୦.୦୫ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଏଥର ପିପିଏଫର ସୁଧ ହାର ମଧ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଥିଲା। ହେଲେ ଏହାକୁ ୭.୧ ପ୍ରତିଶତରେ ବଜାୟ ରଖାଯାଇଛି।

Leave a Reply

Your email address will not be published. Required fields are marked *

Back to top button