ବିଧାୟକ ପ୍ରାର୍ଥୀଙ୍କୁ ଚପଲ ମାଡ଼ ଭିଡିଓ ଭାଇରାଲ୍

ଭୋପାଳ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ ବିଧାୟକ ପ୍ରାର୍ଥୀଙ୍କୁ ଚପଲ ମାଡ଼। ଏହାର ଭିଡିଓ ଭାଇରାଲ୍ ହୋଇଛି।

ଖବର ଅନୁଯାୟୀ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ହୋଇଛି। ଜିତିବା ପାଇଁ ପ୍ରାର୍ଥୀମାନେ ଦେବାଦେବୀ ଓ ବାବାଙ୍କ ଆଶୀର୍ବାଦ ଉପରେ ଭରସା କରିଛନ୍ତି। ଏଭଳି ଏକ ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଚର୍ଚ୍ଚାରେ ରହିଛି ରତଲାମ୍ ବିଧାନସଭା ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ପାରସ ସକଲେଚାଙ୍କ ଆଶୀର୍ବାଦ ଭିଡିଓ। ଏଥିରେ ଦେଖିବାକୁ ମିଳିଛି ସେ ନିର୍ବାଚନରେ ଜିତିବା ପାଇଁ ଭିକାରୀ ବାବାଙ୍କ ଠାରୁ ଆଶୀର୍ବାଦ ନେଉଛନ୍ତି। ଏଇ ଆଶୀର୍ବାଦ ବାବା ତାଙ୍କୁ ନୂଆ ଚପଲରେ ପିଟି ଦେଉଛନ୍ତି।

ସୂଚନାଯୋଗ୍ୟ ସ୍ଥାନୀୟ ଲୋକଙ୍କର ବିଶ୍ଵାସ ରହିଛି ବାବାଙ୍କ ଆଶୀର୍ବାଦରେ ସଫଳତା ମିଳେ। ସେଥିପାଇଁ ବାବାଙ୍କ ଆଶୀର୍ବାଦ ପାଇଁ ରାଜନେତାମାନଙ୍କୁ ଅପେକ୍ଷା କରିବାକୁ ପଡିଥାଏ। ରତଲାମ ସହରର ମହୁ ରୋଡର ରାସ୍ତା ପାର୍ଶ୍ଵରେ ବସନ୍ତି ଭିକାରୀ ବାବା। ତାଙ୍କ ନିକଟରୁ ଆଶୀର୍ବାଦ ନେବାକୁ ବହୁ ହେଭିୱେଟ୍ ଯାଉଥିବା ସୂଚନା ରହିଛି।

Leave a Reply

Your email address will not be published. Required fields are marked *

Back to top button