ନୋଷ୍ଟ୍ରାଡାମସଙ୍କ ଭବିଷ୍ୟବାଣୀ : ୨୦୨୪ରେ ଆମେରିକା-ଚୀନ୍ ଯୁଦ୍ଧ

ଫରାସୀ ଦାର୍ଶନିକ ନୋଷ୍ଟ୍ରାଡାମସ୍ ବିଶ୍ଵର ଅନେକ ଭବିଷ୍ୟ‌ବକ୍ତାଙ୍କ ମଧ୍ୟରୁ ଜଣେ। ସେ ଯେଉଁ ଭବିଷ୍ୟବାଣୀ କିଛି କିଛି ସଠିକ୍ ପ୍ରମାଣିତ ହୋଇଛି। ୨୦୨୪ ସେ ଅନେକ କଥା କହିଛନ୍ତି। ବର୍ଷ ଆରମ୍ଭ ହେବାକୁ ଆଉ କିଛିମାସ ବାକି ଥିବାବେଳେ ଦେଶ ଓ ବିଶ୍ଵ ପାଇଁ ସେ କ’ଣ ଭବିଷ୍ୟବାଣୀ କରିଛନ୍ତି ତାହା ଜାଣିବାକୁ ସମସ୍ତଙ୍କର ଆଗ୍ରହୀ ପ୍ରକାଶ ପାଇଛି।

ଖବର ଅନୁଯାୟୀ ନୋଷ୍ଟ୍ରାଡାମସ୍ ଜର୍ମାନରେ ହିଟଲରଙ୍କ ଅଭ୍ୟୁଦୟ ଓ ଆମେରିକାର ରାଷ୍ଟ୍ରପତି ଜନ୍ ଏଫ୍ କେନେଡିଙ୍କୁ ଗୁଳିକରି ହତ୍ୟା ସମେତ ପ୍ରାୟ ୧୦୦ ଜଣଙ୍କ ପାଇଁ ପୂର୍ବାନୁମାନ କରିଥିଲେ। ତାଙ୍କର ଭବିଷ୍ୟବାଣୀ କବିତା ଆଧାରିତ। ତେଣୁ ବିଶ୍ଵର ଲୋକମାନେ କବିତାଗୁଡ଼ିକୁ ଡିକୋଡ୍ କରି ତାହାକୁ ଲୋକଲୋଚନକୁ ଆଣୁଛନ୍ତି। ସେହିପରି ନୋଷ୍ଟ୍ରାଡାମସ୍ ଅନେକ ବର୍ଷ ପୂର୍ବରୁ ୨୦୨୪ରେ କ’ଣ ଘଟିବ ପୂର୍ବାନୁମାନ କରିଛନ୍ତି। ଯଦି ତାଙ୍କ ଭବିଷ୍ୟବାଣୀ ସତ୍ୟ ପ୍ରମାଣିତ ହୁଏ ତେବେ ଆଗାମୀ ବର୍ଷ ବିଶ୍ୱ ପାଇଁ ଖରାପ ସମୟ ଆସିବ।

ନୋଷ୍ଟ୍ରାଡାମସ କହିଛନ୍ତି ୨୦୨୪ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନରେ ​​ଅସ୍ଥିରତା ସୃଷ୍ଟି ହୋଇପାରେ। ସେଠାରେ ଗୃହଯୁଦ୍ଧ ପରି ପରିସ୍ଥିତି ଉପୁଜିବା ସମ୍ଭାବନା ରହିଛି। ସେହିପରି ୨୦୨୪ରେ ଆମେରିକା ଓ ଚୀନ୍ ମଧ୍ୟରେ ଯୁଦ୍ଧ ହୋଇପାରେ। ସେ ତାଙ୍କ କବିତାରେ କହିଛନ୍ତି ଲାଲ ଶତ୍ରୁ ଭୟରେ ହଳଦିଆ ହୋଇଯିବ। ମହାସାଗରରେ ଭୟ ଆସିବ। ଅନେକ କମ୍ୟୁନିଷ୍ଟ ଚୀନକୁ ଲାଲ ଶତ୍ରୁକୁ ବୋଲି ଭାବୁଛନ୍ତି। କେବଳ ସେତିକି ନୁହେଁ ନୋଷ୍ଟ୍ରାଡାମସ୍ ତାଙ୍କ ପୁସ୍ତକରେ ଚେତାବନୀ ଦେଇଛନ୍ତି ୨୦୨୪ ମସିହାରେ ପରମାଣୁ ବିସ୍ଫୋରଣ ହେବ। ଜଳବାୟୁ ଉପରେ ଏହାର ଗଭୀର ପ୍ରଭାବ ପଡିବ। ପୃଥିବୀ ପୂର୍ବ ଅପେକ୍ଷା ଅଧିକ ଉତ୍ତପ୍ତ ହେବ। ଯାହା ଗୁରୁତର ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button