ଓୟୋ ହୋଟେଲରେ ସେକ୍ସ ରାକେଟ ଠାବ

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠ ଭରତପୁର ଓୟୋ ହୋଟେଲରୁ ସେକ୍ସ ରାକେଟ ଠାବ ହୋଇଛି। ଏହି କାର୍ଯ୍ୟରେ ସମ୍ପୃକ୍ତ ୮ଜଣ ବଙ୍ଗୀୟ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଥିବା ବେଳେ ହୋଟେଲ ମାଲିକଙ୍କ ସମେତ ଦୁଇ ଯୁବକଙ୍କୁ ଅଟକ ରଖିଛି।

janatakhabar.in

ଖବର ଅନୁଯାୟୀ କଳିଙ୍ଗ ନଗର କେ୧ ରେ ଥିବା ଏକ ଓୟୋ ହୋଟେଲରେ ଦୀର୍ଘଦିନ ହେଲା ସେକ୍ସ ରାକେଟ ଚାଲିଥିବା ପୋଲିସ ପାଖରେ ଅଭିଯୋଗ ରହିଥିଲା। ହୋଟେଲ ଉପରେ ଅଚାନକ ଚଢ଼ଉ କରାଯିବା ପରେ ସେକ୍ସ ରାକେଟର ପର୍ଦ୍ଦାଫାଶ ହୋଇଛି। ଏହାପୂର୍ବରୁ ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଞ୍ଚଳର ୨ଟି ବାର୍- ପେଣ୍ଟାଗନ୍ ଓ ନଶାକୁ ପୋଲିସ ସିଲ୍ କରିଥିଲା। ସପ୍ତାହାନ୍ତ ଶଟ୍‌ଡାଉନ୍‌ ବେଳେ ନଶା ବାର୍‌ରେ ମଦ କାରବାର ଓ ପେଣ୍ଟାଗନ୍‌ ବାରରେ ଜୁଆ ଖେଳ ହେଉଥିଲା। ଏଠାରୁ ୩ ଜଣ ଯୁବତୀଙ୍କ ସମେତ ୧୩ ଜଣଙ୍କୁ କମିଶନରେଟ୍ ପୋଲିସ ଧରିବା ସହିତ ସେମାନଙ୍କ ଠାରୁ ୨ ଲକ୍ଷ ୫୬ ହଜାର ଟଙ୍କା ଜବତ କରାଯାଇଥିଲା।

Leave a Reply

Your email address will not be published. Required fields are marked *

Back to top button