ଅଞ୍ଜୁଙ୍କ ପ୍ରେମ ପରିବାର ପାଇଁ ସମସ୍ୟା : ଗାଁ’ରୁ ବିଦା କରିବାକୁ ଯୋଜନା କଲେଣି ଲୋକେ

ଗ୍ୱାଲିୟର : ଫେସବୁକ ପ୍ରେମିକକୁ ଭେଟିବାକୁ ପାକିସ୍ତାନ ଯାଇଥିବା ଅଞ୍ଜୁ ସେଠାରେ ଧର୍ମ ପରିବର୍ତ୍ତନ କରି ନସରୁଲ୍ଲାଙ୍କୁ ବାହାହୋଇ ସାରିଲେଣି। ତାଙ୍କୁ ଉପହାର ମିଳିଛି ଫ୍ଲାଟ ଆଉ ଟଙ୍କା ସହିତ ଚାକିରି। ଏହାକୁ ନେଇ ସବୁଆଡେ ଚର୍ଚ୍ଚା। କିନ୍ତୁ ଅଞ୍ଜୁଙ୍କ ବାପା ଗୟା ପ୍ରସାଦ ଥୋମାସଙ୍କ ପାଇଁ ସମସ୍ୟା ବଢ଼ିଛି। ତାଙ୍କ ପରିବାରକୁ ଗାଁରୁ ବାହାର କରିବା ପାଇଁ ଗାଁ ଲୋକେ ଯୋଜନା କରୁଛନ୍ତି। ସେମାନେ କହିଛନ୍ତି ଅଞ୍ଜୁଙ୍କ ପାଇଁ ଗାଁ’ର ନାମ ଖରାପ ହୋଇଛି।

ଖବର ଅନୁଯାୟୀ ଅଞ୍ଜୁଙ୍କ ଦ୍ଵିତୀୟ ସ୍ଵାମୀ ନସରୁଲ୍ଲା କହିଛନ୍ତି ଅଞ୍ଜୁ ଅଗଷ୍ଟ ମାସରେ ଭାରତ ଯାଇ ପିଲାଙ୍କୁ ନେଇ ପାକିସ୍ତାନ ଫେରିବେ। ଏବେ ତାଙ୍କ ଗାଁ’ର ପରିସ୍ଥିତି ବଦଳି ଗଲାଣି। ଅଞ୍ଜୁ ଭାରତ ଆସି ବାପାଙ୍କୁ ଭେଟିବା ପାଇଁ ଆସିଲେ ତାଙ୍କୁ ଗାଁକୁ ପ୍ରବେଶ ଅନୁମତି ମିଳିବ ନାହିଁ। ଗାଁ ଲୋକେ କହିଛନ୍ତି ଆମେ ଅଞ୍ଜୁକୁ ଗାଁ ଭିତରକୁ ପ୍ରବେଶ କରିବାକୁ ଦେବୁନାହିଁ। ଯଦି ତାଙ୍କ ପରିବାର ଲୋକ ତାଙ୍କ ସହ ସମ୍ପର୍କ ରଖନ୍ତି ତେବେ ସମସ୍ତଙ୍କୁ ଗାଁରୁ ବାହାର କରିଦିଆଯିବ।

Leave a Reply

Your email address will not be published. Required fields are marked *

Back to top button