ବିଜେଡିରେ ମିଶିଲେ ବିଶ୍ୱରଞ୍ଜନ ମଲ୍ଲିକ

ଭୁବନେଶ୍ୱର : ୨୦୧୯ ନିର୍ବାଚନରେ ଯାଜପୁର ଜିଲ୍ଲା ବରୀ ନିର୍ବାଚନମଣ୍ଡଳୀରୁ ବିଜେପିରୁ ପ୍ରାର୍ଥୀ ହୋଇଥିବା ବିଶ୍ୱରଞ୍ଜନ ମଲ୍ଲିକ ବିଜେଡିରେ ଯୋଗଦେଇଛନ୍ତି। ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ହୋଇଛି ଏହି ମିଶ୍ରଣପର୍ବ। ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋ ସେ ବିଜେଡିରେ ମିଶିଛନ୍ତି ।

ଖବର ଅନୁଯାୟୀ ବିଜୁ ଯୁବ ଜନତା ଦଳ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ମିଶ୍ରଣ ପର୍ବରେ ବିଶ୍ୱରଞ୍ଜନ ମଲ୍ଲିକ ବିଧିବଦ୍ଧ ଭାବେ ବିଜେଡି ଦଳରେ ସାମିଲ ହୋଇଛନ୍ତି। ସେହିପରି ବରୀ ବ୍ଲକ୍‌ର ଚେୟାରମ୍ୟାନ୍, ଭାଇସ୍ ଚେୟାରମ୍ୟାନ୍, ଜିଲ୍ଲାପରିଷଦ ସଭ୍ୟ, ୩୫ରୁ ଉର୍ଦ୍ଧ୍ଵ ସରପଞ୍ଚ ଓ ସମିତି ସଭ୍ୟଙ୍କ ସହ ଶତାଧିକ କାର୍ଯ୍ୟକର୍ତ୍ତା ବିଜେଡିରେ ଯୋଗଦେଇଛନ୍ତି। ବିଶ୍ୱ ରଞ୍ଜନ ମିଶିବା ପରେ ବରୀରେ ବିଜେଡି ଆହୁରି ଶକ୍ତିଶାଳୀ ହୋଇଛି।

ସେ କହିଛନ୍ତି ପ୍ରଥମେ କଂଗ୍ରେସ ଓ ପରେ ବିଜେପିରେ ରହିଥିଲେ ହେଁ ବରୀ ଅଞ୍ଚଳର ବିକାଶ ପାଇଁ ସୁଯୋଗ ମିଳିଲାନି। ଛାତ୍ର କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ଥିବାବେଳେ ଦୁଇଥର ପ୍ରତିଶ୍ରୁତି ମିଳିଥିଲେ ହେଁ ଟିକେଟ୍ ଦିଆଯାଇନଥିଲା। ବିଜେଡ଼ିରେ ଯୋଗ ଦେବାପରେ ବରୀ ଅଞ୍ଚଳର ବିକାଶ ହେବ ବୋଲି ଦଳର ନେତୃବୃନ୍ଦ ପ୍ରତିଶ୍ରୁତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button