ଦତ୍ତମହାପାତ୍ର ସେବକ ବନକଲାଗି ନୀତି ନକଲେ ସେବାରୁ ହଟିବେ
![ଦତ୍ତମହାପାତ୍ର ସେବକ ବନକଲାଗି ନୀତି ନକଲେ ସେବାରୁ ହଟିବେ 1 janatakhabar.in](https://janatakhabar.in/wp-content/uploads/2023/06/sreemandir-09.jpg)
ପୁରୀ : ୨୦୧୮ ମସିହା ନିଷ୍ପତ୍ତି ଅନୁସାରେ ଶ୍ରୀମନ୍ଦିରରେ ବନକଲାଗି ନୀତି କରିବାକୁ ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରଶାସନ କହିଛି। ନଚେତ ଧାରା ୩୩ ଅନୁଯାୟୀ ଦତ୍ତମହାପାତ୍ର ସେବକ ସେବାରୁ ହଟିବେ ବୋଲି ଯୁକ୍ତି ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।
ଖବର ଅନୁଯାୟୀ ଦତ୍ତମହାପାତ୍ର ସେବାୟତ ରେକର୍ଡ ଅଫ୍ ରାଇଟ୍ସ ଆଧାରରେ ବନକଲାଗି କରିବା ଜିଦରେ ଅଟଳ ରହିଛନ୍ତି। ଆସନ୍ତାକାଲି ନୀତି କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖି ସେମାନେ ଅନୁରୋଧ କରିଛନ୍ତି। ଗତ ୧୯ ତାରିଖରେ ଠାକୁରଙ୍କ ବନକଲାଗି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଦତ୍ତ ମହାପାତ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲା। କିନ୍ତୁ ଦତ୍ତ ମହାପାତ୍ର ନିଯୋଗ ନୀତି କରିନଥିଲେ। ଏଥିପାଇଁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା। ଜବାବରେ ନିଯୋଗ ପକ୍ଷରୁ ଦାଖଲ ଉତ୍ତର ସନ୍ତୋଷଜନକ ନଥିବାରୁ ଆଜି ପୁଣିଥରେ ବନକଲାଗି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଦେଇଛି।