୧୦ ଜିଲ୍ଲାରେ କଂଗ୍ରେସର ନୂଆ ସଭାପତି, ମିନାକ୍ଷୀ ବାହିନୀପତି ହଟିଲେ

ଭୁବନେଶ୍ଵର : ଓଡ଼ିଶାର ୧୦ଟି ଜିଲ୍ଲାରେ କଂଗ୍ରେସ ନୂଆ ସଭାପତି ନିଯୁକ୍ତି ଦେଇଛି। ବଦଳିଛନ୍ତି କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ମିନାକ୍ଷୀ ବାହିନୀପତି। ତାଙ୍କୁ ଏହି ପଦରେ ରଖିବା ପାଇଁ ମିନାକ୍ଷୀଙ୍କ ସ୍ଵାମୀ ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଉଦ୍ୟମ ବିଫଳ ହୋଇଛି। କୋରାପୁଟର ଜିଲ୍ଲା ସଭାପତି ଜିଲ୍ଲାରେ ହୋଇଛନ୍ତି ଦୁର୍ଗା ଶଙ୍କର ସାହୁ। ସେହିପରି ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଇସ୍ତାହାର କମିଟି, ଶୃଙ୍ଖଳା କମିଟି, ପ୍ରଚାର ଓ ପ୍ରସାର କମିଟି, ଏଆଇସିସି କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ କମିଟି ଗଠନ କରିଛି।

ଖବର ଅନୁଯାୟୀ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଅନୁମୋଦନକ୍ରମେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ଭାବେ ଦୁର୍ଗା ଶଙ୍କର ସାହୁ, ନୂଆପଡ଼ା-ସୁରେଶ କୁମାର ଆଜାଦ, କେନ୍ଦୁଝର-ମୋହନ ପରିଡ଼ା, ପୁରୀ-ଜୟରାମ ପଟ୍ଟନାୟକ, ଭଦ୍ରକ-ଅଶୋକ ଦାସ, ଅନୁଗୁଳ-ସଂଗ୍ରାମ ମିଶ୍ର, ସମ୍ବଲପୁର-ଆସିଫ ଅଲ୍ଲୀ ଖାନ୍‌, ସୁନ୍ଦରଗଡ଼-ଦନାର୍ଦ୍ଦନ ଦେହୁରୀ, ରାୟଗଡ଼ା-ବିଜୟ କୁମାର ଗମାଙ୍ଗ ଓ ଦେବଗଡ଼ ସେମ୍ ହେମ୍ବ୍ରମଙ୍କୁ ଜିଲ୍ଲା ସଭାପତି ଭାବେ ନିଯୁକ୍ତି ମିଳିଛି।

ସେହିପରି ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଦେଶ କଂଗ୍ରେସର ଇସ୍ତାହାର କମିଟି ଅଧ୍ୟକ୍ଷ ଭାବେ ପଂଚାନନ କାନୁନଗୋଙ୍କୁ ନିଯୁକ୍ତି ମିଳିଛି। ଶୃଙ୍ଖଳାଗତ କମିଟିର ଅଧ୍ୟକ୍ଷ ଭାବେ ସନ୍ତୋଷ ସିଂ ସାଲୁଜାଙ୍କୁ ନିଯୁକ୍ତି ମିଳିଥିବା ବେଳେ ଜାନକୀ ବଲ୍ଲଭ ପଟ୍ଟନାୟକ-ଆବାହକ ଓ ଭୁଜବଳ ମାଝୀ, ରାଜେନ୍ଦ୍ର ଛତ୍ରିଆ, ଦେବେନ୍ଦ୍ର ସାହୁ ଓ ପ୍ରତିମା ମଲ୍ଲିକ ପ୍ରମୁଖ ସଦସ୍ୟ ରହିଛନ୍ତି। ଏଆଇସିସି କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ କମିଟି ଅଧ୍ୟକ୍ଷ ଭାବେ ଯଜେ୍ଞଶ୍ୱର ବାବୁ ଓ ପ୍ରଚାର-ପ୍ରସାର କମିଟି ଅଧ୍ୟକ୍ଷ ଭାବେ ସଞ୍ଜୟ ତ୍ରିପାଠୀଙ୍କୁ ନିଯୁକ୍ତି ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button