ପାଠ୍ୟପୁସ୍ତକରେ ରାମାୟଣ ଓ ମହାଭାରତ ଅନ୍ତର୍ଭୁକ୍ତ ପାଇଁ ଏନିସିଆରଟି କମିଟିର ସୁପାରିଶ

ନୂଆଦିଲ୍ଲୀ : ପାଠ୍ୟପୁସ୍ତକରେ ରାମାୟଣ ଓ ମହାଭାରତ ଅନ୍ତର୍ଭୁକ୍ତ ପାଇଁ ଏନସିଇଆରଟିର ୭ ଜଣିଆ କମିଟି ସୁପାରିଶ କରିଛି। ସପ୍ତମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଏ ସମ୍ପର୍କରେ ଶିକ୍ଷା ଦେବା ଉପରେ କମିଟି ଗୁରୁତ୍ୱ ଦେଇଥିବା ବେଳେ ସାମାଜିକ ବିଜ୍ଞାନ ପାଠ୍ୟକ୍ରମରେ ସ୍ଥାନ ଦେବାକୁ ସୁପାରିଶ କରାଯାଇଛି।

ଖବର ଅନୁଯାୟୀ ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦର ୭ଜଣିଆ କମିଟି ପାଠ୍ୟପୁସ୍ତକରେ ରାମାୟଣ ଓ ମହାଭାରତକୁ ଅର୍ନ୍ତଭୁକ୍ତ କରିବାକୁ ସୁପାରିଶ କରିଛି। ଏଥିସହ ଶ୍ରେଣୀ ଗୃହ କାନ୍ଥରେ ସମ୍ବିଧାନର ମୁଖବନ୍ଧ ଲେଖାଯିବାକୁ ପରାମର୍ଶ ଦିଆଯାଇଥିବା କମିଟିର ଅଧ୍ୟକ୍ଷ ସିଆଇ ଆଇଜାକ କହିଛନ୍ତି। କମିଟିର ସୁପାରିଶକୁ ଏବେ ଜାତୀୟ ସିଲାବସ ଓ ଶିକ୍ଷାଦାନ, ଶିକ୍ଷା ସାମଗ୍ରୀର ବିକାଶ ପାଇଁ ଗଠିତ ୧୯ଜଣିଆ କମିଟି ନିକଟକୁ ପଠାଯିବ। ସମୀକ୍ଷା ପରେ ନିଆଯିବ ଚୂଡାନ୍ତ ନିଷ୍ପତ୍ତି। ରାମାୟଣ ଓ ମହାଭାରତ ଗ୍ରନ୍ଥର ବିଷୟବସ୍ତୁକୁ ସାମାଜିକ ବିଜ୍ଞାନ ସିଲାବସରେ ସ୍ଥାନିତ କରାଗଲେ ଏହା ଅତ୍ୟନ୍ତ ଫଳପ୍ରଦ ହୋଇପାରିବ ବୋଲି କମିଟି କହିଛି।

Leave a Reply

Your email address will not be published. Required fields are marked *

Back to top button