୨୦ ସେକେଣ୍ଡରେ ମିଳିବ କରୋନା ରିପୋର୍ଟ

ନୂଆଦିଲ୍ଲୀ : କରୋନା ପରୀକ୍ଷା ପାଇଁ ଆଉ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ହସ୍ପିଟାଲକୁ ଯିବାକୁ ପଡ଼ିବନି। ଏଣିକି ଘରେ ବସି ୨୦ ସେକେଣ୍ଡରେ ପାଇପାରିବେ କରୋନା ରିପୋର୍ଟ। ପ୍ରୟାଗରାଜର ମୋତି ଲାଲ ନେହେରୁ ରାଷ୍ଟ୍ରୀୟ ପ୍ରାଦ୍ୟୋଗିକ ସଂସ୍ଥାନର ବୈଜ୍ଞାନିକ ଖୁବ ଶୀଘ୍ର ପ୍ରସ୍ତୁତ କରିବାକୁ ଯାଉଛନ୍ତି ଏଭଳି ଏକ ମେସିନ୍। କରୋନା ସଂକ୍ରମିତ ହୋଇଛନ୍ତି କି ନାହିଁ ତାହା ଜାଣିବାକୁ ମାତ୍ର ୧୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ।

ଖବର ଅନୁଯାୟୀ ଏହି ମେସିନ୍ ଏକ୍ସରେ ସ୍କାନ ଦ୍ୱାରା କରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରିପାରିବ। ଡିପ୍ ଏକ୍ସ ଡିଭାଇସ ସଫ୍ଟୱେୟାରକୁ ପୋର୍ଟେବଲ୍ ଏକ୍ସ-ରେ ସ୍କାନର ସହ ଯୋଡି ତନ୍ନ ତନ୍ନ କରି ଯାଞ୍ଚ କରିବ ଏହି ମେସିନ୍। ଏସବୁ ଯାଞ୍ଚ ପାଇଁ ମେସିନକୁ ମାତ୍ର ୨୦ ସେକେଣ୍ଡ ସମୟ ଲାଗିବ। ତୁରନ୍ତ ମିଳିବ ରିପୋର୍ଟ।

Leave a Reply

Your email address will not be published. Required fields are marked *

Back to top button