ହେଲିକପ୍ଟର ଗସ୍ତ ଖର୍ଚ୍ଚକୁ ନେଇ ବିଜେପି-ବିଜେଡି ମଧ୍ୟରେ ଟୁଇଟ ୱାର

ଭୁବନେଶ୍ଵର : ଫାଇଭ-ଟି ସଚିବଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚକୁ ନେଇ ବିଜେପି-ବିଜେଡି ମଧ୍ୟରେ ଟୁଇଟ ୱାର। ପରିବହନ ମନ୍ତ୍ରୀ ଟୁକୁନି ସାହୁ ଟୁଇଟ କରି ଲେଖିଛନ୍ତି ଆସନ୍ତା ବିଧାନସଭାରେ ହେଲିକପ୍ଟର ଉଡାଣକୁ ନେଇ ତଥ୍ୟ ରଖି କୁଚକ୍ରୀ ଗୋଷ୍ଠୀଙ୍କ ମୁଖା ଖୋଲିଦେବେ। ବିଜେପି ବିଧାୟିକା କୁସୁମ ଟେଟେ ପ୍ରଶ୍ନ କରିଛନ୍ତି ମେ’ ୧୪ ଓ ଜୁନ ୨୮ରେ କେଉଁ ସରକାରୀ କାର୍ଯ୍ୟରେ ହେଲିକପ୍ଟର ବ୍ୟବହାର ହୋଇଥିଲା।

ଖବର ଅନୁଯାୟୀ ମନ୍ତ୍ରୀ ଟୁକୁନି ସାହୁ ଲେଖିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲୋକଙ୍କ ସମସ୍ୟା ବୁଝି ସମାଧାନ କରୁଛି। ତାହା ଦେଖି ସେମାନଙ୍କ ମୁଣ୍ଡ କାମ ଦେଉ ନାହିଁ। ସେଇଥି ପାଇଁ ଇଆଡୁ ସେଆଡୁ ବୟାନ ଦେଉଛନ୍ତି। ଲୋକଙ୍କ ସମସ୍ୟାର ସମାଧାନ ହେଉ ବୋଲି କୁଚକ୍ରୀ ଗୋଷ୍ଠୀ ଚାହୁଁ ନଥିଲେ। ତେଣୁ ବିଭ୍ରାନ୍ତିକର ବୟାନ ଦେଉଛନ୍ତି। କିଏ ୩୦୦ କୋଟି କହୁଥିବା ବେଳେ କିଏ ୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କହୁଛନ୍ତି। ସେମାନଙ୍କ ବୟାନରେ ତାଳମେଳ ରହୁନାହିଁ। ପ୍ରକୃତ ଗତ ୫ବର୍ଷରେ ହେଲିକପ୍ଟର ଗସ୍ତ ବାବଦକୁ ପ୍ରାୟ ୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଆସନ୍ତା ବିଧାନସଭା ଅଧିବେଶନରେ ଏବାବଦରେ ସବୁ ତଥ୍ୟ ରଖି ସମସ୍ତଙ୍କ ମୁଖା ଖୋଲିଦେବି ବୋଲି ଟୁକୁନି ସାହୁ ଲେଖିଛନ୍ତି ।

janatakhabar.in

ଅନ୍ୟପକ୍ଷରେ ଏହାର ଜବାବ ଦେଇ ବିଜେପି ବିଧାୟିକା କୁସୁମ ଟେଟେ ଟୁଇଟ୍ କରି ପରିବହନ ମନ୍ତ୍ରୀଙ୍କୁ ପ୍ରଶ୍ନ କରିିଛନ୍ତି। ସେ ଲେଖିଛନ୍ତି ଜଣେ ଓଡିଆ ଭାବରେ ରାଜ୍ୟରେ ଯେଉଁଭଳି ଶାସନ ବ୍ୟବସ୍ଥା ଚାଲିଛି ତାହା ଆପଣଙ୍କୁ ବ୍ୟଥିତ କରୁନାହିଁ କି। ସଚିବ ବଡ ନା ମନ୍ତ୍ରୀ ବଡ ଓଡିଶାରେ ଅନେକ ଦିନ ହେଲା ଏହି କଥା ଉଦବେଗର କାରଣ ସାଜିଛି। ଏବେ ଆପଣଙ୍କ ପ୍ରତିକ୍ରିୟା ପ୍ରମାଣ କଲା ଯେ ସଚିବ ବଡ। ମେ’ ୧୪ ଓ ଜୁନ ୨୮ରେ କେଉଁ ସରକାରୀ କାର୍ଯ୍ୟରେ ହେଲିକପ୍ଟର ବ୍ୟବହାର ହୋଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button